Deepawali 2023: ସର୍ବବୃହତ ବାଲୁକା ଦୀପ ସହ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

By ETV Bharat Odisha Team

Published : Nov 12, 2023, 6:28 AM IST

thumbnail

ପୁରୀ: ମର୍ଯ୍ୟାଦା ପୁରୁଷତ୍ତୋମ ପ୍ରଭୁ ରାମଲାଲଙ୍କ ମନ୍ଦିର ଭବ୍ୟ ଭାବେ ଉଦଘାଟନ ହେଉ । ସାରା ବିଶ୍ବରେ ଥିବା ରାମ ଭକ୍ତଙ୍କ ଅପେକ୍ଷାର ଅନ୍ତ ହେଉ । ପ୍ରଭୁ ରାମଲାଲା ସମସ୍ତଙ୍କ ମଙ୍ଗଳ କରନ୍ତୁ । ଏଭଳି ଶୁଭ ମନାସୀ ପୁରୀ ନିଳୀଦ୍ରୀ ବିଚରେ ଭଗବାନ ରାମଲାଲାଙ୍କ ବିଶାଳ ମୂର୍ତ୍ତୀ ଚିତ୍ରକଳା କଳା ନିର୍ମାଣ କରିଛନ୍ତି ବିଶିଷ୍ଟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।  ବିଶ୍ବର ସର୍ବବୃହତ ବାଳୁକା ଦୀପ ନିର୍ମାଣ କରି ଦେଶବାସୀଙ୍କୁ ଦୀପାବଳିର ଶୁଭେଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ପ୍ରତିକୃତି ବାଲୁକା ଚିତ୍ରକଳା ନିର୍ମାଣ କରି ସୁଦର୍ଶନ ପଟ୍ଟନାୟକ ଅଯୋଧ୍ୟାରେ ନିର୍ମାଣଧୀନ ଭବ୍ୟ ଦିବ୍ୟ ରାମ ମନ୍ଦିରର ଉଦଘାଟନ ସର୍ବ ଭବ୍ୟରେ ହେଉ ବୋଲି ପ୍ରାର୍ଥନା କରିଛନ୍ତି । ଏହି ସୁନ୍ଦର ବାଲୁକା ଚିତ୍ରକଳାକୁ ଦେଖିବାକୁ ବେଳାଭୁମିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଲାଗି ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.