ବାଲୁକା ଚିତ୍ରକଳାରେ 'ସ୍ବଚ୍ଛତା ହିଁ ସେବା' ଅଭିଯାନରେ ସାମିଲ ହେବାକୁ ଆହ୍ଵାନ

By ETV Bharat Odisha Team

Published : Oct 1, 2023, 12:47 PM IST

thumbnail

ପୁରୀ: ଆଜି ସାରା ଦେଶ ପାଳୁଛି ସ୍ବଚ୍ଛତା ହିଁ ସେବା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ, ସ୍ବଚ୍ଛତା ପାଇଁ ଆଜି ଦିନ ୧୦ଟାରୁ ୧୧ଟା ଯାଏଁ ୧ ଘଣ୍ଟା ସାମୁହିକ ଶ୍ରମଦାନ କରିବେ ସାଧାରଣ ଜନତା । ନିଜ ନିଜ ଅଞ୍ଚଳରେ ଥିବା ରାସ୍ତାଘାଟ, ପାର୍କ ଓ ଅନ୍ୟାନ୍ୟ ସ୍ଥାନରେ ସ୍ବଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅପିଲ୍ କରିଥିଲେ । ତେବେ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମକୁ ନେଇ ବାଲୁକା ଚିତ୍ରକଳାରେ ସଚେତନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ ୭ ଫୁଟ୍ ଉଚ୍ଚର ଏକ ଆକର୍ଷୀଣୟ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁଥିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତରେ ଝାଡ଼ୁ ଧରି ସଫା କରୁଥିବା ଚିତ୍ରକୁ ସ୍ଥାନ ଦିଆଯାଇଛି ଏବଂ ବାଲିରେ ୧୦୦ଟି ଡଷ୍ଟବିନ୍‌ ନିର୍ମାଣ କରିଛନ୍ତି ସୁଦର୍ଶନ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.