International coastal Cleanup day: ସମୁଦ୍ରକୁ ପ୍ରଦୂଷଣ ମୁକ୍ତ କରିବାକୁ ସୁଦର୍ଶନଙ୍କ ସଚେତନତା ବାର୍ତ୍ତା

By ETV Bharat Odisha Team

Published : Sep 16, 2023, 10:55 AM IST

thumbnail

ପୁରୀ: ଆଜି ହେଉଛି ଇଣ୍ଟର ନ୍ୟାସନାଲ କୋଷ୍ଟାଲ କ୍ଲିନଅପ୍ ଡେ । ସମୁଦ୍ରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଉଦ୍ଦେଶ୍ୟରେ ଏହି ଦିବସ ପ୍ରତିବର୍ଷ ସେପ୍ଟେମ୍ବର ତୃତୀୟ ଶନିବାରରେ ପାଳନ ହୋଇଥାଏ । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ସମୁଦ୍ରକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି । ପୁରୀ ନିଳାଦ୍ରି ବିଚ୍‌ରେ ସୁଦର୍ଶନ ପଟ୍ଟନାୟକ ଏହି ଚିତ୍ରକଳା କରିଛନ୍ତି । ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ବ୍ୟବହାର ବଢ଼ି ଚାଲିଥିବା ବେଳେ ଏହା ପରିବେଶ ପ୍ରତି ଅତ୍ୟନ୍ତ ଘାତକ । କାରଣ ପ୍ଲାଷ୍ଟିକ ପଦାର୍ଥ ବିଘଟନ ହେବାକୁ ହଜାର ହଜାର ବର୍ଷ ଲାଗେ । ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ଭୟଙ୍କର ଭାବେ ବଢ଼ି ଚାଲିଛି । ସେହିପରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ବିଭିନ୍ନ ନଦୀ, ନାଳ ଦେଇ ସମୁଦ୍ରରେ ପହଞ୍ଚିଛି । ଫଳରେ ସମୁଦ୍ର ଜଳ ପ୍ରଦୂଷିତ ହେବାରେ ଲାଗିଛି । ତେଣୁ ଶୀଘ୍ର ମାନବ ସମାଜ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ନକଲେ ଆଗାମୀ ଦିନରେ ସମୁଦ୍ର ଜଳ ପ୍ରଦୂଷିତ ହୋଇ ଭୟଙ୍କର ପରିବେଶ ପ୍ରଦୂଷଣ ହେବ । ଏଣୁ ସମୁଦ୍ର ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସାରା ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.