Kohli's 35th Birthday: ବାଲୁକା କଳାରେ ବିରାଟଙ୍କୁ ଶୁଭେଚ୍ଛା, ସଫଳତା କାମନା କଲେ ସୁଦର୍ଶନ

By ETV Bharat Odisha Team

Published : Nov 4, 2023, 7:53 PM IST

thumbnail

ପୁରୀ: ଆସନ୍ତାକାଲି ନଭେମ୍ବର ୫ ତାରିଖରେ କ୍ରିକେଟ ଜଗତର ବାଦଶାହ ତଥା ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ବିରାଟ କୋହୋଲିଙ୍କର ୩୫ତମ ଜନ୍ମଦିନ । ଏହି ଭେଟେରାନ କ୍ରିକେଟରଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକମାନେ ବିଭିନ୍ନ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ଏଥର ମଧ୍ୟ ପ୍ରଶଂସକମାନେ ନିଆରା ଢଙ୍ଗରେ ନିଜ ପ୍ରିୟ କ୍ରିକେଟରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହାରି ମଧ୍ୟରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳାରେ ବିରାଟଙ୍କୁ ୩୫ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପୁରୀର ନୀଳାଦ୍ରି ବିଚ୍‌ରେ ବାଲୁକା ଚିତ୍ରକଳାରେ ସେ ବିରାଟଙ୍କ ଏକ ପ୍ରତିକୃତି ନିର୍ମାଣ କରିଛନ୍ତି । ଏହାସହ ଏକ ଷ୍ଟାଡିୟମର ପ୍ରତକୃତି ମଧ୍ୟ ତିଆରି ହୋଇଛି । ଷ୍ଟାଡିୟମକୁ ବଲ୍ ବ୍ୟାଟରେ ସଜ୍ଜିତ କରାଯାଇଛି । ଏହି ବାଲୁକା କଳା ସହ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହ ଆଗାମୀ ଦିନରେ ସେ ଆହୁରି ସଫଳ ହୁଅନ୍ତୁ ଓ ଦେଶକୁ ବିଶ୍ଵକପ୍‌ ଜିତାଇ ଭାରତର ଗୌରବ ବୃଦ୍ଧି କରନ୍ତୁ ବୋଲି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.