Ram Navami: ସୁଦର୍ଶନଙ୍କ ବାଲୁକା କଳାରେ ମର୍ଯ୍ୟାଦା ପୁରୁଷୋତ୍ତମ, ରାମନବମୀର ଦେଲେ ଶୁଭେଚ୍ଛା

By

Published : Mar 30, 2023, 7:11 AM IST

thumbnail

ପୁରୀ: ଆଜି ପବିତ୍ର ରାମ ନବମୀ । ଏନେଇ ସାରା ଦେଶ ଉତ୍ସବ ମୁଖର । ଚୈତ୍ରମାସ ଶୁକ୍ଳପକ୍ଷର ନବମୀକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମ ନବମୀର ବିଶେଷ ମହତ୍ତ୍ବ ରହିଛି । ଆଜି ରାମ ନାମରେ ଗୁଞ୍ଜରିତ ହେବ ରାମ ମନ୍ଦିର । ରାମ ମନ୍ଦିର ଗୁଡିକରେ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ବାଲୁକା ଚିତ୍ରକଳାରେ ରାମ ନବମୀର ଶୁଭଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ନିଳାଦ୍ରୀ ବିଚରେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରିଛନ୍ତି ସୁଦର୍ଶନ । ପ୍ରଭୁ ରାମଙ୍କର ଏହି ବାଲୁକା କଳା ଦେଖିବା ପାଇଁ ଶହଶହ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି । ଗୁରୁବାର ପବିତ୍ର ରାମ ନବମୀ ଅବସରରେ ଶ୍ରୀ ମନ୍ଦିରରେ ରହିଛି ସ୍ଵତନ୍ତ୍ର ନୀତିକାନ୍ତି । ଶ୍ରୀ ମନ୍ଦିରରେ ରାମଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତମାନଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.