Chandrayaan 3: ଜହ୍ନକୁ ଯିବ ଚନ୍ଦ୍ରଯାନ, ସଫଳତା ପାଇଁ ବାଲୁକାକଳା

By

Published : Jul 13, 2023, 10:56 PM IST

thumbnail

ପୁରୀ: ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ ଏକ ଲଞ୍ଚ ଭେଇକିଲ ମାର୍କ ୩ ଦ୍ବାରା ଉତକ୍ଷେପଣ କରାଯିବ। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି ଏହାର ଲଞ୍ଚ ରିଅରସେଲ ମଧ୍ୟ ସରିଛି । ଚନ୍ଦ୍ରାୟନ-୩ର ସଫଳ ଉତକ୍ଷେପଣକୁ ନେଇ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି। ଏଥିରେ ଚନ୍ଦ୍ରଯାନ-୩ର ଏକ ବାଲୁକାକୃତି ପ୍ରଦର୍ଶିତ କରିଛନ୍ତି। 

୫ଶହ ଷ୍ଟିଲ ପାତ୍ର ବ୍ୟବହାର କରିବା ସହିତ ଗଢିଛନ୍ତି ଚନ୍ଦ୍ରଯାନ-3ର ବାଲୁକା କଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ "ବିଜୟୀ ଭବ" ବାର୍ତ୍ତା ସହିତ ୫ଶହ ଷ୍ଟିଲ ପାତ୍ର ସ୍ଥାପନ କରି ଏହି ଆକର୍ଷଣୀୟ ଚନ୍ଦ୍ରାୟନ 3ର ବାଲୁକାକଳା ପ୍ରଦର୍ଶିତ କରିଛନ୍ତି । ଚନ୍ଦ୍ରାୟଣ 3କୁ ନେଇ ଗଢିଥିବା ଏହି ବାଲୁକାକୃତିଟିରେ ୧୫ଟନ ବାଲି ବ୍ୟବହାର ହୋଇଥିବା ବେଳେ ଲମ୍ବ ରହିଛି ପ୍ରାୟ ୨୨ ଫୁଟ । ଏହି ବାଲୁକାକୃତି ଗଢିବାରେ ସୁଦର୍ଶନ ପଟ୍ଟନାୟକଙ୍କୁ ସହଯୋଗ କରିଥିଲେ ତାଙ୍କ ବାଲୁକା କଳା ବିଦ୍ୟାଳୟର ଛାତ୍ର  । ତେବେ ଚନ୍ଦ୍ରଯାନ-3ର ସଫଳତା ଲାଗି ବାଲୁକାକୃତି ଜରିଆରେ ଆଶାବ୍ୟକ୍ତ କରିଛନ୍ତି ସୁଦର୍ଶନ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.