କେନ୍ଦ୍ର ବିରୁଦ୍ଧରେ ଗର୍ଜିଲା ଗ୍ରାମୀଣ ଡାକ ସେବକ ସଙ୍ଘ, ଦାବି ନାମାନିଲେ ଆତ୍ମାହୁତି ଚେତାବନୀ

By ETV Bharat Odisha Team

Published : Dec 15, 2023, 7:17 PM IST

thumbnail

କେନ୍ଦୁଝର: ଗ୍ରାମୀଣ ଡାକ ସେବକ ସଙ୍ଘ କେନ୍ଦୁଝର ମଣ୍ଡଳ ପକ୍ଷରୁ ଆଜି (ଶୁକ୍ରବାର) ଦିନ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ୧୨ ତାରିଖରୁ ସବୁ ଡାକ ମଣ୍ଡଳ ସାମ୍ନାରେ କଳା ବ୍ୟାଚ୍ ପିନ୍ଧି ଡାକ ସେବକମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇ ଆସୁଥିଲେ । ଆଜି କେନ୍ଦୁଝର ଜିଲ୍ଲାର ଗ୍ରାମୀଣ ଡାକ ସେବକ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାଳୀ ପଡ଼ିଆରୁ ଏକ ବିରାଟ ପଟୁଆରରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

ଏହି ଅବସରରେ ଡାକ ସେବକମାନେ 7 ଦଫା ଦାବି ଉପସ୍ଥାପନ କରିଥିଲେ । ସେମାନେ କରିଥିବା ଦାବି ଗୁଡିକ ମଧ୍ୟରେ ଗ୍ରାମୀଣ ଡାକ ସେବକ ମାନଙ୍କୁ 8 ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରିବା, ନିୟମିତ ଡାକ କର୍ମଚାରୀଙ୍କ ପରି 12,24,36 ବର୍ଷରେ ପଦୋନ୍ନତି, ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପେନସନ ପ୍ରଦାନ କରିବା । ଏହାସହ ଗ୍ରାଚ୍ୟୁଇଟି 5 ଲକ୍ଷ, ଗ୍ରୁପ ଇନସୁରାନ୍ସ 5 ଲକ୍ଷ କରିବା, ଦରମା ସହିତ 180 ଦିନ କାର୍ଯ୍ୟଦିବସ ଛୁଟି, ଟାର୍ଗେଟ ନାଁରେ ଡାକ ସେବକମାନଙ୍କୁ ନିର୍ଯାତନା ବନ୍ଦ କରିବା ଏବଂ ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ କରାଯାଉଛି । ପରେ ଏହି 7 ଦଫା ଦାବି ସମ୍ବଳିତ ଦାବିପତ୍ରକୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଦାବି ପୂରଣ ନହେଲେ ଆଗାମୀ ଦିନରେ ଡାକ କର୍ମଚାରୀମାନେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ କାରଣରୁ ଜିଲ୍ଲାରେ ଡାକ ସେବା ଠପ୍‌ ହେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.