Rukuna Ratha Yatra: ରାମେଶ୍ବର ମନ୍ଦିରରେ ପହଞ୍ଚିଲା ରୁକୁଣା ରଥ

By

Published : Mar 31, 2023, 10:01 AM IST

thumbnail

ଭୁବନେଶ୍ବର: ମାଉସୀ ମା' ଘରେ ପହଞ୍ଚିଲେ ମହାପ୍ରଭୁ ଲିଙ୍ଗରାଜ । ଗତକାଲି ରଥ ଟଣା ୩ଟାରୁ ଆରମ୍ଭ ହୋଇଥିବା ବେଳେ ୭ଟା ୫୦ ଅର୍ଥାତ ୩ ଘଣ୍ଟା ୫୦ ମିନିଟରେ ଆସି ମାଉସୀ ମା ଛକରେ ପହଁଚିଥିଲେ । ସେହିପରି ଅଶୋକାଷ୍ଟମୀରେ ପବିତ୍ର ରୁକୁଣା ରଥ ଯାତ୍ରାର ଆରମ୍ଭ ହୋଇଥିବା ବେଳେ ଗତକାଲି ଏହାର ସମାପନ ହୋଇଛି । ଆଉ ମାଉସି ମାଆ ଛକରେ ପହଞ୍ଚିଛି ରଥ । ଭକ୍ତ ମାନେ ଶ୍ରଦ୍ଧାର ସହ ରଥ ଦଉଡ଼ିକୁ ଭିଡ଼ି ମାଉସୀ ମାଆଙ୍କ ଘରେ ରଥକୁ ପହଞ୍ଚାଇଛନ୍ତି । ଏନେଇ ଖାଲି ଭକ୍ତ ନୁହେଁ ସେବାୟତଙ୍କ ଶଙ୍ଖ ଧ୍ଵନି, ଘଣ୍ଟ ଘଣ୍ଟାର ତାଳରେ ତାଳ ଦେଇ ଝୁଲି ଝୁଲି ମାଉସୀ ମାଆ ଘରେ ପହଞ୍ଚିଛନ୍ତି ପ୍ରଭୁ ଲିଙ୍ଗରାଜ । ଆଉ ରଥ ସହ ପଥରେ ବି ଜୟ ଲିଙ୍ଗରାଜ ଧ୍ୱନିରେ ପ୍ରକମ୍ପିତ ହେଉଥିଲା । ପ୍ରଭୁଙ୍କ ଏହି ଯାତ୍ରାକୁ ଦେଖି ବେଶ ଆନନ୍ଦିତ ବୋଲି ଶ୍ରଦ୍ଧାଳୁ ମତ ରଖିଛନ୍ତି । ଅନ୍ୟପଟେ ରଥ ପହଞ୍ଚି ଥିବା ପରେ ଭକ୍ତ ଦର୍ଶନ କରିବା ସହ ରଥ ଛୁଇଁକି ଖୁସି ହୋଇଛନ୍ତି । ସେହିପରି ମହାପ୍ରଭୁଙ୍କ ୫ ଦିନର ଲୀଳାଖେଳା ପରେ ପୁଣି ନିଜ ଘର ବା ଜନ୍ମ ବେଦୀକୁ ଫେରିଯିବେ । ତେବେ ଆଜି ଠାରୁ ମାଉସୀ ଘରେ ଚାଲିବ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.