ଶାଶୂଘର ଗାଁରେ ରାଷ୍ଟ୍ରପତି ମୁର୍ମୁ, ଢୋଲ ମାଦଳରେ ମହାମହିମଙ୍କୁ ଭବ୍ୟ ସ୍ବାଗତ

By ETV Bharat Odisha Team

Published : Nov 21, 2023, 10:58 AM IST

thumbnail

ରାଇରଙ୍ଗପୁର: 3 ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ବିତୀୟ ଦିନରେ ଶାଶୂଘର ଗାଁ ଗସ୍ତ କରିଛନ୍ତି । ଶାଶୂଘର ଗାଁ ପାହାଡପୁରରେ ପହଞ୍ଚି ସେଠାରେ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ସ୍ବାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ସେଠାରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି । ପରେ ସେଠାରେ ନିର୍ମିତ ସ୍କିଲ ଟ୍ରେନିଂ ସେଣ୍ଟରକୁ ଉଦଘାଟନ କରିଛନ୍ତି  । ଆଜି ସକାଳ ପ୍ରାୟ ୮.୧୫ ମିନିଟ ସମୟରେ ନିଜ ବାସଭବନରୁ ବାହାରି ସୁରକ୍ଷା ବଳୟ ମଧ୍ୟରେ କାରକେଡ ଯୋଗେ ବାଦାମପାହାଡର ପାହାଡପୁର ଗ୍ରାମରେ ପହଞ୍ଚିଥିଲେ ମହାମହିମ ‌। ପାହାଡପୁର ଗ୍ରାମରେ ଆଦିବାସୀ ପାରମ୍ପରିକ ରୀତିନୀତି ଅନୁଯାୟୀ ଢୋଲ ମାଦଳର ତାଳେ ତାଳେ ନୃତ୍ୟ କରି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ପାହାଡପୁର ବାସିନ୍ଦା । ସେଠାରୁ ରାଷ୍ଟ୍ରପତି ମୁର୍ମୁ ପାହାଡପୁର ସ୍ଥିତ ମୁର୍ମୁ ଛକରେ ଥିବା ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ମହାମହିମଙ୍କୁ ପାଖରେ ପାଇ ପାହାଡପୁର ବାସିନ୍ଦାଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ଅତ୍ୟନ୍ତ ଖୁସି ଓ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.