ଷଷ୍ଠ ସନ୍ଧ୍ୟାରେ ବାଲିଯାତ୍ରାରେ ଅସମ୍ଭାଳ ଭିଡ଼, ଲୁଟେରାଙ୍କ ପ୍ରତି ପୋଲିସର ସତର୍କବାଣୀ

By ETV Bharat Odisha Team

Published : Dec 2, 2023, 10:53 PM IST

thumbnail

କଟକ: କଟକର ଐତିହାସିକ ବାଲିଯାତ୍ରାର ଆଜି ଷଷ୍ଠ ସନ୍ଧ୍ୟା । ଶନିବାର ସନ୍ଧ୍ୟାରେ ଆଜି ଖଚାଖଚ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଦର୍ଶକଙ୍କ ଭିଡ଼କୁ ଦେଖି ବ୍ୟବସାୟୀ ମାନେ ବି ବେଶ ଖୁସି ପ୍ରକଟ କରିଛନ୍ତି । କାରଣ ଭଲ ବ୍ୟବସାୟ ହେବ ବୋଲି ଆଶାବାଦୀ ଅଛନ୍ତି ବ୍ୟବସାୟୀ । ଆଜି ଏବଂ ଆସନ୍ତାକାଲି ଭଲ ବ୍ୟବସାୟ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ଆଜି ପ୍ରବଳ ଭିଡ ହୋଇଥିବାରୁ ନିଖୋଜ ସଂଖ୍ୟା ବଢୁଛି । ତେବେ ପକେଟ ମାର ସଂଖ୍ୟା ବି ବୃଦ୍ଧି ପାଉଛି । ଭିଡ଼ରେ ପକେଟମାରମାନେ ମୋବାଇଲ ଲୁଟୁଛନ୍ତି । ତେବେ ଭିଡ଼କୁ ନିୟନ୍ତ୍ରଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ବାଲିଯାତ୍ରା ଜଗିଛି ତୃତୀୟ ନୟନ

 ସେଠାରେ ମୁତୟନ ଥାନାଧିକାରୀ ପି କେ ଜେନାଙ୍କ ସୂଚନା ମୁତାବକ ଏହି ସୁନାମି ଭଳି ଭିଡ ମଧ୍ୟରେ ୪୬ ଜଣଙ୍କ ନିଖୋଜ ହେବାର ରିପୋର୍ଟ ଲେଖାଯାଇଛି  । ସେଥିମଧ୍ୟରୁ ୪୦ ଜଣଙ୍କୁ ଟ୍ରେସ କରିବା ପରେ ସେମାନଙ୍କୁ ତାଙ୍କ ପରିବାରର ଜିମା ଦିଆଯାଇଛି । ସେହିଭଳି ଲୋକ ମାନଙ୍କର ଅସାବଧାନତା ଯୋଗୁଁ ୧୧ ଟି ମୋବାଇଲ ହଜିବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି  । ସିସିଟିଭିରେ ଉଭୟ ପଡ଼ିଆର ମନିଟରିଂ କରାଯାଉଛି ଏବଂ ସାଧା ପୋଷାକରେ ମଧ୍ୟ ପୋଲିସ ମୁତୟନ ରହିଛନ୍ତି  । ଲୋକ ମାନଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପୋଲିସ ତରଫରୁ ସତର୍କ କରାଯାଇଛି  ।  ଉଭୟ ପଡ଼ିଆରେ ଗତ ଦିନ ମାନଙ୍କ ଅପେକ୍ଷା ଭଲ ଭିଡ଼ ଜମୁଛି । ଆସନ୍ତା କାଲି ରବିବାରରେ ଭିଡ଼ ଆହୁରି ଜମିବ ବୋଲି ଆଶଙ୍କା କରାଯାଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.