ବାଲିଯାତ୍ରା ଜଗିଛି ତୃତୀୟ ନୟନ

By ETV Bharat Odisha Team

Published : Nov 30, 2023, 9:38 PM IST

thumbnail

କଟକ: ସିଟିଟିଭି ସର୍ଭିଲାନ୍ସରେ ସମ୍ପୂର୍ଣ୍ଣ ବାଲିଯାତ୍ରା । ଦିନ ବଢିବା ସହ ବାଲିଯାତ୍ରାରେ ଲୋକଙ୍କ ଭିଢ ମଧ୍ୟ ବଢିବାର ଲାଗିଛି । ଏହାସହ ଭିଡ ନିୟନ୍ତ୍ରଣର କରିବା ପାଇଁ ପୋଲିସର ଚିନ୍ତା ମଧ୍ୟ ବଢିଛି । ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ପ୍ରଶାସନ । ସବୁପ୍ରକାର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତୁତ ରହିଛି କଟକ କମିଶନରେଟ ପୋଲିସ । ଚଳିତ ବର୍ଷ ବାଲିଯାତ୍ରା ପଡିଆରେ 100ରୁ ଊର୍ଦ୍ଧ୍ୱ ସିସିଟିଭି ଲାଗାଯାଇଛି । ବାଲିଯାତ୍ରାର ଉପର ପଡିଆରୁ ହେଉଛି ପୁରା କମାଣ୍ଡ । ଖୋଦ କଟକ ଡିସିପି ପିନାକ ମିଶ୍ର ଏହି କମାଣ୍ଡ ଦାୟିତ୍ୱରେ ରହିଛନ୍ତି । ଉପର ପଡିଆ ଓ ତଳ ପଡ଼ିଆରେ ରହିଥିବା ସମସ୍ତ ଷ୍ଟଲ ଉପରେ ରହିଛି ନଜର । ଏପରିକି କଟକକୁ ଏଣ୍ଟ୍ରି ଓ ଏକଜିଟ ପଏଣ୍ଟରେ ମଧ୍ୟ ଲାଗିଛି ସିସିଟିଭି କ୍ୟାମେରା । ତେବେ ଗୋଟିଏ ପଟେ ଅପରାଧୀକ କାର୍ଯ୍ୟକଳାପକୁ ରୋକାଯାଇ ପାରିବ ସେହିପରି ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ବଡ଼ ପଦକ୍ଷେପ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.