ବିନା ଟଙ୍କାରେ ମଧ୍ୟ କୋର୍ଟରେ ଲଢିପାରିବେ ମାମଲା, ବାଲିଯାତ୍ରାରେ କରାଯାଉଛି ସଚେତନ

By ETV Bharat Odisha Team

Published : Dec 4, 2023, 3:06 PM IST

thumbnail

କଟକ: କଟକରେ ଚାଲିଛି ଐତିହାସିକ ବାଲିଯାତ୍ରା । ଏହି ବାଲିଯାତ୍ରାରେ କେବଳ ଭଳିକି ଭଳି ସାମଗ୍ରୀ ନୁହେଁ, ବରଂ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ବିଭିନ୍ନ ଷ୍ଟଲ୍‌ ପଡିଛି । ଏହାମଧ୍ୟରେ ଏକ ଷ୍ଟଲ୍‌ ରହିଛି, ଯାହା ଆଇନ ସେବା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଛି । ମାଗଣାରେ ମିଳୁଛି ଆଇନସେବା । ଯାହାକୁ ଅନେକ ଲୋକ ବି ଜାଣିନାହାଁନ୍ତି । ଯେଉଁ କାରଣରୁ ଆଇନଗତ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଥାଆନ୍ତି ଅନେକ ଲୋକ । ଜଣେ ସାଧାରଣ ଲୋକ ଯାହାର ରୋଜଗାର କମ, ଯଦି ଆଇନଗତ ସାହାଯ୍ୟ ପାଇଁ ବ୍ୟକ୍ତିଗତ ଭାବରେ ଲଢ଼େ, ତେବେ ସେ ଆର୍ଥିକ ଅଭାବରୁ ଆଗକୁ ବଢ଼େନାହିଁ । ଅର୍ଥାତ କୋର୍ଟ ଯିବାକୁ ଭୟ କରିଥାଆନ୍ତି । 

ଏହାମଧ୍ୟ ପଢନ୍ତୁ..ସନ୍ଧ୍ୟା ନହେଉଣୁ ବାଲିଯାତ୍ରାରେ ଅସମ୍ଭାଳ ଭିଡ଼, ରାସ୍ତାରେ ଫିସିଛି କାର-ବାଇକ

କିନ୍ତୁ ଆପଣଙ୍କର ଯଦି ରୋଜଗାର କମ, ତେବେ ଆପଣଙ୍କୁ ମାଗଣାରେ ମିଳିବ ଆଇନଗତ ସହାୟତା । ଅର୍ଥାତ କୋର୍ଟରେ ଲଢ଼ିବାକୁ ଆପଣଙ୍କର ଟଙ୍କାଟିଏ ବି ହାତରୁ ଖର୍ଚ୍ଚ ହେବ ନାହିଁ । ଏଥିପାଇଁ ରାଜ୍ୟ ଆଇନସେବା ପ୍ରାଧିକରଣ ଆପଣଙ୍କୁ ମାଗଣାରେ ଏହି ସୁବିଧା ଦେଇଥାଏ । ଏଥିସହ ଲୋକଅଦାଲତ ବିଷୟରେ ବି ବାଲିଯାତ୍ରା ପଡ଼ିଆରେ ଲୋକଙ୍କୁ ସଚେତନ କରାଯାଇଛି । ତେବେ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ବାଲିଯାତ୍ରାରେ ଲୋକଙ୍କୁ ଏସମ୍ବନ୍ଧରେ ସଚେତନ କରାଯାଉଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.