ବିଜେପି ନେତାଙ୍କ ଦାଦାଗିରି, ମିଶନ ଶକ୍ତି ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ

By ETV Bharat Odisha Team

Published : Oct 12, 2023, 6:43 AM IST

thumbnail

ବଲାଙ୍ଗୀର: ବିଜେପି ନେତାଙ୍କ ଦାଦାଗିରି । ମିଶନ ଶକ୍ତି ବ୍ଲକ ଅଧିକାରୀଙ୍କୁ ଆକ୍ରମଣ  କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଜିଲ୍ଲାର ଗୁଡ଼ଭେଲା ବ୍ଲକରୁ ଏଭଳି ଘଟଣା ସମ୍ନାକୁ ଆସିଛି । ଗୁଡ଼ଭେଲା ବ୍ଲକର ମିଶନ ଶକ୍ତି ସଂଯୋଜକ ଦେଓମଲ ଚନ୍ଦ୍ର ପ୍ରଧାନଙ୍କୁ ଟିଟିଲାଗଡ 2019 ନିର୍ବାଚନ ବିଜେପି ବିଧାୟକ ପାର୍ଥୀ ଅଶୋକ ଦୋରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି  । ଏନେଇ ଦେଓମଲ ତୁଷୁରା ପୋଲିସ ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ନକଲି ସୂଚନା ଅଧିକାର କର୍ମୀଙ୍କ ନାଁରେ ଠକେଇ ଲିଙ୍କ୍, ରେଭେନ୍ସା ଛାତ୍ରକୁ ଗିରଫ କଲା STF 

ଗତ ମଙ୍ଗଳବାର ଜିଲ୍ଳାର ଗୁଡଭେଳା ବ୍ଲକରେ ମିଶନ ଶକ୍ତିର ଏକ କାର୍ଯ୍ୟକ୍ରମ ଥିଲା । ସେଠାରେ ମିଶନ ଶକ୍ତି ବ୍ଲକ ସଂଯୋଜକଙ୍କ ଦ୍ଵାରା ସଫଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କାର ଦେବାର କାର୍ଯ୍ୟକ୍ରମ ଥିଲା । ତେବେ ଏହି ପୁରଷ୍କାର ପ୍ରଦାନରେ ଅନିୟମିତତା ଓ ପାତରଅନ୍ତର ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ ବିଜେପି ନେତା ଅଶୋକ ଦୋରା । ଏବଂ କିଛି ସମର୍ଥଙ୍କ ସହ ମିଶି ପିଟିତୁଣ୍ଡ କରିଥିଲେ । ଏହାସହ ଦେଓମାଲ ପ୍ରଧାନଙ୍କୁ ଏକ କୋଠରୀରେ ବନ୍ଦ କରି ତାଙ୍କୁ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ଉଦ୍ଧାର କରିଥିବା ଜଣାପଡ଼ିଛି  ।  ଏହାପରେ ସେ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜେପି ନେତା ଅଶୋକ ଦୋରା ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ସେପଟେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । 

ଇଟିଭି ଭାରତ,ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.