ନାଚ ଗୀତର ତାଳେ ତାଳେ ଟୀକାକରଣର ସଚେତନତା ବାର୍ତ୍ତା ଦେବ କୋରାପୁଟ

By ETV Bharat Odisha Team

Published : Oct 6, 2023, 6:06 PM IST

thumbnail

କୋରାପୁଟ: ରାଜ୍ୟରେ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଷ । ଏହି ମିଶନ ଦ୍ବରା ଜିଲ୍ଲାରେ ଟୀକାକରଣରୁ ବଞ୍ଚିତ ହୋଇଥିବା ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ଟୀକାକରଣ କରାଯିବ । ଏହି ଟୀକାକରଣ 'ମିଶନ ଇନ୍ଦ୍ରଧନୁଷ'କୁ ସମାଜର ସମସ୍ତ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଆରା ଢଙ୍ଗରେ ସଚେତନା ସୃଷ୍ଟି କରିବ । ଜିଲ୍ଲାରେ ଆଦିବାସୀଙ୍କ ପାରମ୍ପରିକ ଲୋକକାଳା ମାଧ୍ୟମରେ ମିଶନ ଇନ୍ଦ୍ରଧନୁଷ ଟୀକାକରଣ ସଚେତନତା କରାଯିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ କୋରାପୁଟ ସ୍ୱାସ୍ଥ୍ୟ ବିଭାଗ ଓ ୟୁନିସେଫର ମିଳିତ ଉଦ୍ୟମରେ ଜିଲ୍ଲାର ସମସ୍ତ ବ୍ଲକର କଳାକାରମାନଙ୍କୁ ନେଇ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି ।

କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାକାର ଲୋକମାନେ ଆଦିବାସୀ ପାରମ୍ପରାକୁ ଆପଣାଇ ନେଇଛନ୍ତି । ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳ ଗୁଡିକରେ ସନ୍ଧ୍ୟା ହେଲେ,ସେମାନଙ୍କର ଆଦିବାସୀ ପାରମ୍ପରିକ ନାଚ,ଗୀତ ଇତ୍ୟାଦି ଆୟୋଜନ ହୋଇଥାଏ । ଫଳେ ସରକାର "ମିଶନ ଇନ୍ଦ୍ରଧନୁଷ" ଟୀକାକରଣର ସଚେତନା ବାର୍ତ୍ତା ଏହି ପାରମ୍ପରିକ ନାଚ,ଗୀତ ଦ୍ବାରା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । 

 ଏହା ମଧ୍ୟ ପଢନ୍ତୁ....Mission Indradhanus: ପ୍ରଥମ ଦିନ ଟିକା ନେଲେ ୧୨ ହଜାରରୁ ଅଧିକ ଶିଶୁ

ଏହି ତାଲିମ ଶିବିରରେ କଳାକାରମାନଙ୍କୁ କିଭଳି ଆଦିବାସୀଙ୍କ ପାରମ୍ପରିକ ଲୋକକାଳା ମାଧ୍ୟମରେ ସମାଜର ପଛୁଆ ବର୍ଗର ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚିପାରିବ ତାହା ତାଲିମ ଦିଆଯାଇଥିଲା । ଜିଲ୍ଲାର ଲୋକକଳାମାନେ ଦେଶ ତଥା ଦେଶବାହାରେ ସେମାନଙ୍କ କଳା ପ୍ରଦର୍ଶନ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଫଳରେ ଅଦିବାସୀମାନଙ୍କ ଏହି ପରମ୍ପରାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଟୀକାକରଣ ସମ୍ପର୍କିତ ବାର୍ତ୍ତା ଆଦିବାସୀ ଲୋକକଳା ମାଧ୍ୟମ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ଥିର କରିଛନ୍ତି  ।  



କୋରାପୁଟ,ଇଟିଭି ଭାରତ 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.