ଜନ୍ମମାଟିରେ ପହଞ୍ଚିଲା ବୀର ଯବାନ ଈଶ୍ୱର ଚନ୍ଦ୍ରଙ୍କ ପାର୍ଥିବ ଶରୀର

By ETV Bharat Odisha Team

Published : Nov 19, 2023, 7:25 AM IST

thumbnail

ଭବାନୀପାଟଣା: ଗାଁ ମାଟିରେ ପହଞ୍ଚିଲା ଓଡିଆ ଶହୀଦଙ୍କ ପାର୍ଥିବ ଶରୀର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡୁ ଗାଁର ଈଶ୍ୱର ଚନ୍ଦ୍ର ଦୋରାଙ୍କ ପାର୍ଥିବ ଶରୀର ଗାଁ ମାଟିରେ ପହଁଞ୍ଚିଛି । ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେବେ ଗତକାଲି ପ୍ରଥମେ ତାଙ୍କ ପାର୍ଥିବ ଶରୀର ସାରିଆ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲା  । ସେଠାରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଯାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ସେଠାରୁ ସହୀଦଙ୍କ ମରଶରୀର ନିଜ ଜନ୍ମମାଟି ବେଲଖଣ୍ଡି ଅଭିମୁଖେ ଯାତ୍ରା ଆରମ୍ଭ କରି ସକାଳ ୮ ଟାରେ ଗାଁରେ ପହଞ୍ଚିଥିଲା  । ଏନେଇ ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ  କଳାହାଣ୍ଡି ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ମଧ୍ୟ ଭବାନୀପାଟଣା ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ସମସ୍ତ ଖେଳାଳି ସାମିଲ ହୋଇ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.