ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ

By ETV Bharat Odisha Team

Published : Nov 25, 2023, 6:45 AM IST

thumbnail

ପୁରୀ: ଅନନ୍ତ ଅକ୍ଷୟ, ଅବ୍ୟଥ ଅକ୍ଷର ଶ୍ରୀ ଜଗନ୍ନାଥ  । କୋଟି ଓଡିଆଙ୍କ ମଉଡମଣି ସେ ବ୍ରହ୍ମାଣ୍ଡ ଠାକୁର । ଭାବ ବିନୋଦିଆ କାଳିଆ ଠାକୁରଙ୍କୁ ଟିକିଏ ଦେଖିବାକୁ ଆତୁର ଭକ୍ତର ମନ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ଜଗତର ମଙ୍ଗଳ କାମନା କରି ପ୍ରତିଦିନ ବଡି ଭୋରରୁ ପ୍ରଭୁ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ ନୀତି କରାଯାଇଛି । ସେବାୟତମାନେ ଘଣ୍ଟି, ଧୂପ ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ଏହି ଦିବ୍ୟ ଆଳତୀ ଦର୍ଶନ ମାତ୍ରେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.