Mangala Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ

By

Published : Aug 7, 2023, 6:49 AM IST

thumbnail

ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର ନାଥ ଜଗନ୍ନାଥ । ନୀଳାଚଳିଆ କାଳିଆ ଠାକୁର । କୋଟି ଓଡ଼ିଆଙ୍କ ମଉଡମଣି । ଭାବ ବିନୋଦିଆ କଳା ଠାକୁର । ତାଙ୍କ ଚକାଆଖିରେ ଆଖି ମିଶି ଗଲେ କୋଟି ପୂଣ୍ୟ ଲାଭ କରେ ଭକ୍ତ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ତାଙ୍କର ଦର୍ଶନ ଟିକିଏ ପାଇଁ କାହିଁ କେଉଁ ଅନତି ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ । ଜଗତର ମଙ୍ଗଳ କାମନା କରି ପ୍ରତ୍ୟହ ପ୍ରତ୍ୟୁଷରେ ପ୍ରଭୁ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ  । ସବୁଦିନ ଭଳି ଆଜି ମଧ୍ୟ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ ନୀତି କରାଯାଇଛି । ସେବାୟତମାନେ ଘଣ୍ଟି, ଧୂପ ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ଆଳତୀ କରିଛନ୍ତି । ଏହି ଦିବ୍ୟ ଆଳତୀ ଦର୍ଶନ ମାତ୍ରେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.