ଠାକୁରାଣୀ ଯାତ୍ରା: ହଜିଯାଉଛି ପରମ୍ପରା, ଦେଖିବାକୁ ମିଳୁନାହିଁ ବହୁ ପୁରାତନ ବେଶ

By

Published : May 1, 2023, 9:04 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା ବର୍ଷ ବର୍ଷର ପରମ୍ପରା ଓ ସଂସ୍କୃତିକୁ ନେଇ ଆୟୋଜିତ ହୋଇଆସୁଛି । ଏହି ଯାତ୍ରାରେ ଅନେକ ପୁରାତନ ବେଶ ଆଉ ଦେଖିବାକୁ ମିଳୁନଥିବା କହିଛନ୍ତି ଯାତ୍ରା ସହିତ ବହୁ ବର୍ଷ ଧରି ଜଡିତ ରହିଥିବା ବ୍ୟକ୍ତିବିଶେଷମାନେ । ଉକ୍ତ ବେଶଗୁଡିକରେ ସାମିଲ ହୋଇ ଜନସାଧାରଣଙ୍କୁ ଅନେକ ବିଭିନ୍ନ ପ୍ରକାର ମନୋରଞ୍ଜନ କରି ଆସୁଥିବା ବେଳେ ବର୍ତ୍ତମାନ କାଁ ଭାଁ ବୟସ୍କ ବ୍ୟକ୍ତିବିଶେଷମାନେ ଏଭଳି ବେଶରେ ସଜ୍ଜିତ ହୋଇଥାନ୍ତି ।

ସେହି ପୁରାତନ ବେଶଗୁଡ଼ିକ ମଧ୍ୟରେ ଅନେକ ବେଶ ଆଉ ଦେଖିବାକୁ ମିଳିପାରୁନାହିଁ । ସେହି ବେଶ ମଧ୍ୟରୁ ଜଣେ ୮୫ ବର୍ଷୀୟ ବ୍ରହ୍ମପୁର ସହର ଉପକଣ୍ଠ ଲାଠି ଅଞ୍ଚଳର ବୟସ୍କ ବ୍ୟକ୍ତି ତ୍ରିନାଥ ବିଷୋୟୀ ଦାଉ ବେଶରେ ସଜ୍ଜିତ ହୋଇ ମା'ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ସାଧାରଣ ଜନତା କିପରି ବିଭିନ୍ନ ସମୟରେ ସୁନା କିଣିବାଠାରୁ ଆରମ୍ଭ କରି ଅନେକ ସମୟରେ ଯନ୍ତ୍ରଣା ଭୋଗ କରିଥାନ୍ତି ତାହାକୁ ସେ ଏହି ଦାଉ ବେଶ ମାଧ୍ୟମରେ ସଜ୍ଜିତ ହୋଇ ପରିପ୍ରକାଶ କରିଛନ୍ତି ।  

ଏହା ବି ପଢନ୍ତୁ- ବୁଢୀ ଠାକୁରାଣୀ ଯାତ୍ରା, ମହାପ୍ରଭୁ ଜଗନ୍ନାଥଙ୍କ ବେଶ ଧାରଣ କଲେ ଭକ୍ତ

ଏହାସହ ଜଣେ ପାଗଳ ଚରିତ୍ରରେ ନିଜେ ଗତ କିଛି ବର୍ଷ ଧରି ଏଭଳି ଯାତ୍ରା ସମୟରେ ସଚେତନତା କରୁଥିବା କୁହାଯାଇଛି । ସେପଟେ ସେହି ପୁରାତନ ବେଶଗୁଡିକୁ ମା'ଙ୍କର ଯାତ୍ରା ସମୟରେ ଦେଖିବା ପାଇଁ ସହରବାସୀ ଏବଂ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷ ଅପେକ୍ଷା କରି ରହୁଥିବା କହିଛନ୍ତି । ବିଶ୍ବାସ ରହିଛି ମା' ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହେଲେ ପୁଣି ଆସି ମା'ଙ୍କ ନିକଟରେ ତାହା ପୂରଣ କରିଥାନ୍ତି । ଏହି ପରମ୍ପରା ଓ ବିଶ୍ବାସ କାହିଁ କେଉଁ କାଳରୁ ରହି ଆସିଛି ।  

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.