ବୁଢୀ ଠାକୁରାଣୀ ଯାତ୍ରା, ମହାପ୍ରଭୁ ଜଗନ୍ନାଥଙ୍କ ବେଶ ଧାରଣ କଲେ ଭକ୍ତ

By

Published : Apr 30, 2023, 4:00 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା ଚଳିତବର୍ଷ ଆଉ ଗୋଟିଏ ଦିନ ପରେ ଶେଷ ହେବାକୁ ଯାଉଥିବା ବେଳେ ମା'ଙ୍କୁ ନିଜର ମାନସିକ ପୂରଣ ପାଇଁ ଭକ୍ତମାନେ ବିଭିନ୍ନ ପ୍ରକାର ବେଶରେ ସଜ୍ଜିତ ହୋଇ ଦର୍ଶନ କରୁଥିବା ଦେଖାଯାଇଛି । ହେଲେ ଚଳିତବର୍ଷ ଯାତ୍ରାରେ ବ୍ରହ୍ମପୁର ସହରର ଜଣେ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ବେଶରେ ସଜ୍ଜିତ ହୋଇ ମା'ଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ପ୍ରତି 2 ବର୍ଷକୁ ଥରେ ନିଜ ବାପଘରକୁ ଆସୁଥିବା ମା'ଙ୍କୁ ଏହି ଯାତ୍ରା ସମୟରେ ଦର୍ଶନ କଲେ ଅନେକ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।  କାହିଁ କେଉଁ ଦୂରରୁ ଭକ୍ତମାନେ ଆସି ମା'ଙ୍କୁ ଦର୍ଶନ କରିବା ସହିତ ମା'ଙ୍କର କରୁଣା ଲାଭ କରୁଥିବା ଦେଖାଯାଇଛି ।  

ଏହା ବି ପଢନ୍ତୁ- ମା' ବୁଢୀ ଠାକୁରାଣୀ ଯାତ୍ରାରେ ଆକର୍ଷଣ ବାଘନାଚ, କାହିଁକି ହୋଇଥାଏ ସବୁଠୁ କଷ୍ଟ ବେଶ

ଚଳିତବର୍ଷ ଯାତ୍ରାର ଆରମ୍ଭରୁ ହିଁ ଭକ୍ତମାନଙ୍କ ବହୁ ମାତ୍ରାରେ ସମାଗମ ହେଉଥିବାବେଳେ ଯାତ୍ରା ଶେଷ ହେବାକୁ ଯାଉଛି ।  ବହୁ ମାନସିକଧାରୀ ବିଭିନ୍ନ ବେଶରେ ସଜ୍ଜିତ ହୋଇ ମା'ଙ୍କୁ ଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ସହରର କଂସାରୀ ସାହିର ଯୁବକ ନାରାୟଣ ସାହୁ ନିଜକୁ ପ୍ରଥମ ଥର ପାଇଁ ଏଭଳି ମହାପ୍ରଭୁ ଜଗନ୍ନାଥଙ୍କ ବେଶରେ ସଜ୍ଜିତ କରାଇବାକୁ ଚିନ୍ତା କରି ସୋସିଆଲ ମିଡିଆକୁ ଅନୁକରଣ କରି ଚିତ୍ରାଳୟରେ ଏଭଳି ଭିନ୍ନ ଧରଣର ବେଶରେ ସଜ୍ଜିତ ହୋଇଥିବା କହିଛନ୍ତି । ସେପଟେ ମା'ଙ୍କର ଯାତ୍ରାରେ ଭଳିକି ଭଳି ବେଶ ଦେଖିବାକୁ ମିଳୁଛି ।  ପ୍ରଥମଥର ପାଇଁ ମହାପ୍ରଭୁଙ୍କ ବେଶରେ ଜଣେ ଭକ୍ତ ମା'ଙ୍କୁ ଦର୍ଶନ କରୁଥିବା ଦେଖି ବେଶ ଖୁସି ଅନୁଭବ କରିଛନ୍ତି ସହର ବାସିନ୍ଦା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.