ରିଞ୍ଜିତାଲରେ 'ଇଡିତାଲ ଚିତ୍ରକଳା' ପ୍ରଦର୍ଶନୀ, ଜିଆଇ ମାନ୍ୟତାକୁ ଅପେକ୍ଷା

By ETV Bharat Odisha Team

Published : Oct 2, 2023, 10:42 PM IST

thumbnail

ରାୟଗଡା: ଲାଞ୍ଜିଆ ସୌର ଜନଜାତିଙ୍କ 'ଇଡିତାଲ ଚିତ୍ରକଳା' ଶିବିର ଉଦଯାପିତ ହୋଇଛି । ଜିଆଇ ଟ୍ୟାଗ୍ ପାଇଁ କେନ୍ଦ୍ର ସରକାର ବିଜ୍ଞାପନ ପ୍ରକାଶ ପାଇବା ପରେ ଗତ ୨୮ ତାରିଖରୁ ଗୁଣପୁର ବ୍ଲକ ରିଞ୍ଜିତାଲ ଗ୍ରାମରେ ଆରମ୍ଭ ହୋଇଥିଲା ଲାଞ୍ଜିଆ ସୌରା ଆଦିବାସୀ ଚିତ୍ରକଳା 'ଇଡିତାଲ ଚିତ୍ରକଳା' ପ୍ରଦର୍ଶନୀ । ଗାନ୍ଧୀ ଜୟନ୍ତୀ ଅର୍ଥାତ ଆଜିର ଦିନରେ ଏହି ପ୍ରଦର୍ଶନୀ ସମାପନ ହୋଇଥିବାବେଳେ  ରିଞ୍ଜିତାଲ ଗ୍ରାମରେ ପହଞ୍ଚି ଲାଞ୍ଜିଆ ସୌରଙ୍କ ଇଡିତାଲ ଚିତ୍ରକଳାକୁ ଦେଖିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ରିଞ୍ଜିତାଲ ଓ ଆଖପାଖ ଅଞ୍ଚଳର 52 ଜଣ ଲାଞ୍ଜିଆ ସୌର ସମ୍ପର୍ଦାୟର କଳାକାର ଏହି ଶିବିରରେ ଯୋଗଦେଇ ଗ୍ରାମର ପ୍ରତ୍ୟେକ ଘରର ମୁହଁରେ ଇଡ଼ିତାଲ ଚିତ୍ର ଆଙ୍କିଥିଲେ । ଆଜିର ସମାପନ ଉତ୍ସବରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ତଥା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାରମାନଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । 

ଏହା ବି ପଢନ୍ତୁ...GI ମାନ୍ୟତା ଅପେକ୍ଷାରେ ଡଙ୍ଗରିଆ ଜନଜାତିଙ୍କ ବାନ୍ଧକଳା, 7ଗାଁର ଶୋଭା ବଢ଼ାଉଛି କାପଡ଼ାଗୁନ୍ଦା ଚିତ୍ରକଳା

ଏହା ପୂର୍ବରୁ ନିୟମଗିରିର କୁରଲି ପଞ୍ଚାୟତରେ ମଧ୍ୟ 1 ହଜାର ଘରେ କାପଡାଗୁନ୍ଦାର ଚିତ୍ରକଳା ଅଙ୍କାଯାଇଥିଲା । ସୂଚନା ଅନୁସାରେ, କେନ୍ଦ୍ର ସରକାର ରାୟଗଡ଼ାର ଲାଞ୍ଜିଆ ସୌରଙ୍କ କାନ୍ଥ ଚିତ୍ର 'ଇଡିତାଲ ଚିତ୍ରକଳା' ଏବଂ ଡଙ୍ଗରିଆଙ୍କ ବାନ୍ଧ କଳା କାପଡାଗୁନ୍ଦାକୁ ଜିଆଇ ଟ୍ୟାଗ୍ ପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି । ଏହି 2ଟି କଳାକୁ ଜିଆଇ ଟ୍ୟାଗ୍ ମିଳିଲେ ଏହା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ରାୟଗଡ଼ା
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.