କନ୍ଧମାଳ ମହୋତ୍ସବ ଉଦ୍‌ଯାପିତ, ଆଦିବାସୀ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

By ETV Bharat Odisha Team

Published : Jan 10, 2024, 8:21 AM IST

thumbnail

ଫୁଲବାଣୀ: କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରତିକ କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଯାପିତ ହୋଇଯାଇଛି ।  ଏହି ମହୋତ୍ସବ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଶେଷ ହୋଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉତ୍ସବର ଶେଷ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ ନୃତ୍ୟଶିଳ୍ପୀ ଯୋଗଦେଇ ଚିତାକର୍ଷକ ଓଡ଼ିଶୀ ନୃତ୍ୟ ସମେତ ଲୋକନୃତ୍ୟ, ପାରମ୍ପରିକ ନାଚ ଗୀତ ପରିବେଷଣ କରିଥିଲେ  । 

ଏହା ମଧ୍ୟ ପଢନ୍ତୁ- କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

ଏମାନଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ଆଧୁନିକ ଓଡ଼ିଆ ଗାୟକ ମଣ୍ଟୁ ଛୁରିଆଙ୍କ ସଙ୍ଗୀତ ଥିଲା । ତାଙ୍କର ସମ୍ବଲପୁରୀ ଏବଂ ଆଧୁନିକ ସଙ୍ଗୀତରେ ଦର୍ଶକ ବିଭୋର ହୋଇ ନୃତ୍ୟ କରିବା ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହାଛଡା ବିଭିନ୍ନ ପ୍ରକାର ଖାଦ୍ୟ ସମାଗ୍ରୀର ଷ୍ଟଲ୍ ଖୋଲିଥିବା ବେଳେ ଚାଟ, ଚାଓମିନ, ଦହିବରା, ମଥୁରା କେକ ଓ ଅନ୍ୟାନ୍ୟ ଚଟପଟା ଖାଦ୍ୟର ଲୋକେ ମଜା ଉଠାଇଥିଲେ ।  ସେହିପରି ଏହି ମହୋତ୍ସବରେ 200ରୁ ଊର୍ଦ୍ଧ୍ବ ଷ୍ଟଲ୍ ଲାଗିଥିଲା । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଏସଏଚଜି ଗ୍ରୁପର ସଦସ୍ୟମାନେ ଯୋଗଦେଇ ନିଜ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିଥିଲେ ।  

ଇଚିଭି ଭାରତ, ଫୁଲବାଣୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.