ପାଖଉଛି ନିର୍ବାଚନ ତାରିଖ, ଝାରସୁଗୁଡାରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର

By

Published : Apr 29, 2023, 9:13 AM IST

thumbnail

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଭୋଟ ହାତେଇବାକୁ ପ୍ରଚାରକୁ ଜୋରଦାର କରୁଛନ୍ତି 3 ପ୍ରମୁଖ ଦଳ । ଶୁକ୍ରବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଗାଁ ଗାଁ ବୁଲି ପ୍ରଚାର କରିଥିଲେ । କୁଲାବିରା ବ୍ଳକର ସୋଢାମାଲ, ସମାସିଂହା, ପୋଖରାସାଲେ, କୁଲିହାମାଲ ଏବଂ ଝିର୍ଲାପାଲି ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ନିରଞ୍ଜନ ପୂଜାରୀଙ୍କ ସହ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ପ୍ରଚାର କରିଥିଲେ ।

ସେପଟେ ଝାରସୁଗୁଡ଼ା ସହରର କିଷାନ ଛକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ କରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ମାଗିଥିଲେ ବିଜେପିର ବହୁ ଟାଣୁଆ ନେତା । ଷ୍ଟାର ପ୍ରଚାରକ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଜୁଏଲ ଓରାମ, ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସମୀର ମହାନ୍ତି । ବିଜେପି ସାଧାରଣ ସଭାରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ବାଟମାରଣା ହେଉଥିବା କହିଥିଲା । ସେପଟେ ନିର୍ବାଚନ ତାରିଖ ପାଖଉଥିବାରୁ ଝାରସୁଗୁଡାରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ପ୍ରଚାରକୁ ଜୋରଦାର କରୁଛନ୍ତି ପ୍ରାର୍ଥୀ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.