Watch: କାଲି ସେମିଫାଇନାଲ ମ୍ୟାଚ୍‌, ୱାଙ୍ଖଡେ ଷ୍ଟାଡିୟମରେ ଅଭ୍ୟାସ ପାଇଁ ପହଞ୍ଚିଲା ଭାରତୀୟ ଟିମ

By ETV Bharat Odisha Team

Published : Nov 14, 2023, 7:39 PM IST

thumbnail

ମୁମ୍ବାଇ: ନଭେମ୍ବର ୧୫ ବା ଆସନ୍ତାକାଲି ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଆଇସିସି କ୍ରିକେଟ ବିଶ୍ବକପର ସେମି ଫାଇନାଲ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ତେବେ ଭାରତୀୟ ଟିମ ଏଯାବତ ୯ଟି ମ୍ୟାଚ୍‌ ଖେଳି ସବୁଥିରେ ଅପରାଜେୟ ରହିଛି । ଆସନ୍ତାକାଲିର ମ୍ୟାଚ୍‌ ବେଶ ରୋମାଞ୍ଚକର ହେବାକୁ ଯାଉଛି । କାରଣ ୨୦୧୯ ବିଶ୍ବକପର ସେମି ଫାଇନାଲରେ ମଧ୍ୟ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ହେଲେ ଏଥିରେ ନ୍ୟୁଜିଲାଣ୍ଡ ଟିମ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିବା ଭାଙ୍ଗିଥିଲା କୋଟି କୋଟି ଭାରତୀୟଙ୍କ ହୃଦୟ । ହେଲେ ଚଳିତ ବିଶ୍ବକପରେ ଭାରତ ଜିତି ପ୍ରତିଶୋଧ ନେବା ଲାଗି କ୍ରୀଡ଼ା ପ୍ରଶଂସକ ଆଶା ରଖିଛନ୍ତି । ଏହାରି ମଧ୍ୟରେ ଭାରତୀୟ ଟିମ ନେଟ୍‌ ପ୍ରାକ୍ଟିସ ପାଇଁ ଆଜି(ମଙ୍ଗଳବାର) ସନ୍ଧ୍ୟାରେ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଛି । ଏହି ସମୟରେ ବହୁ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହି ଟିମକୁ ସ୍ବାଗତ କରିବା ସହିତ ବିଜୟର ନାରା ଲଗାଇଥିଲେ । ଦେଖନ୍ତୁ ଦୃଶ୍ୟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.