ସରି ସରି ଆସୁଛି ବାଲିଯାତ୍ରା, ରବିବାର ଖଚାଖଚ୍‌ ଭିଡ

By ETV Bharat Odisha Team

Published : Dec 4, 2023, 7:30 AM IST

thumbnail

କଟକ: କଟକର ଐତିହାସିକ ବାଲିଯାତ୍ରାର ସପ୍ତମ ଦିନ  ।  ଗତକାଲି ରବିବାର ଥିବାରୁ ଖଚାଖଚ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା  ।  ଅପରାହ୍ନରୁ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହୋଇଉଠିଥିଲା।  ପରିସ୍ଥିତି ଏପରି ଥିଲା ଯେ, ଅପରାହ୍ନ ୪ଟାରୁ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଜାମ ହୋଇ ଯାଇଥିଲା । ସେହିପରି  ପଡ଼ିଆ ନିକଟବର୍ତ୍ତୀ ପାର୍କିଂ ଗୁଡ଼ିକରେ ଗାଡ଼ି ରଖିବାକୁ ସ୍ଥାନ ନ ଥିଲା । ଏନେଇ  ପୋଲିସ ପାଇଁ ସାଜିଛି ଏହା ଏକ ବଡ଼ ଚ୍ୟାଲେଞ୍ଜ । ସେପଟେ ତଳ ପଡିଆରେ ଖାଇବା, ଦୋଳି, କିଣାକିଣିର ମଜା ନେଉଛନ୍ତି ଦେଖେଣାହାରି । ତେବେ ଗତକାଲି ସନ୍ଧ୍ୟାରେ ୧୨ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଲିଯାତ୍ରା ପଡିଆରେ ସମାଗମ ହୋଇଥିଲେ । ଏଥସହ ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକ ଓ ତାଙ୍କ ଟିମ୍‌ ଗତକାଲି ବାଲିଯାତ୍ରାରେ ସଙ୍ଗୀତ ପରିବେଷଣ କରିଥିବା ବେଳେ ରବିବାର ସନ୍ଧ୍ୟା ବେଶ ରେମାଞ୍ଚକର ହୋଇଥିଲା  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.