ଜମୁଛି ବାଲିଯାତ୍ରା: ଖଚାଖଚ୍‌ ଭିଡ, ଆଶ୍ବସ୍ତ ବ୍ୟବସାୟୀ

By ETV Bharat Odisha Team

Published : Nov 30, 2023, 9:20 PM IST

thumbnail

କଟକ: ଐତିହାସିକ ବାଲିଯାତ୍ରାର ଆଜି ଚତୁର୍ଥ ସନ୍ଧ୍ୟା । ଆଜି ଗୁରୁବାରରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ଗତ ତିନିଦିନରେ ଭିଡ଼ ହୋଇନଥିଲା । ମାତ୍ର 3 ଦିନ ପରେ ଆଜି ଭିଡ଼ ବଢିଥିବାରୁ ବ୍ୟବସାୟୀମାନଙ୍କୁ ସାମନ୍ୟ ଆଶ୍ବସ୍ତି ମିଳିଛି ।କାରଣ ପୂର୍ବବର୍ଷ ଭଳି ଏଥର ଭିଡ଼ ନଥିବାରୁ ବ୍ୟବସାୟରେ ପ୍ରଭାବ ପଡିଥିଲା । ତେବେ ଆଜିଠାରୁ ଭିଡ଼ ହେବ ବୋଲି ଆଶା କରାଯାଉଛି । ଆଜି ଆମିଷ ବ୍ୟବସାୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ ଘରକରଣା ସାମଗ୍ରୀ କିଣିବା ପାଇଁ ଦର୍ଶକଙ୍କ ବେଶ ଆଗ୍ରହ ଦେଖିବାକୁ ମିଳିଛି । ଭଳିକି ଭଳି ଖାଦ୍ୟ ଖାଇବା ସହ ଦୋଳିର ମଜା ନେଉଛନ୍ତି ଦର୍ଶକ । ଡିସେମ୍ବର ୪ ଯାଏଁ ଚାଲିବ ଏହି ଐତିହାସିକ ବାଲିଯାତ୍ରା । ଦିନ ବଢିବା ସହ ଲୋକଙ୍କ ଭିଢ ମଧ୍ୟ ବଢିବ ବୋଲି ଅନୁମାନ କରାଯାଉଛି । ଏନେଇ ବାଲିଯାତ୍ରା ପଡ଼ିଆରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.