ନିଖୋଜ ହେବେନି ଛୋଟ ପିଲା, କାଗଜରେ ଫୋନ ନମ୍ବର ଲେଖି ପିଲାଙ୍କୁ ବାଣ୍ଟିଲେ ଡିସିପି

By ETV Bharat Odisha Team

Published : Nov 30, 2023, 6:54 AM IST

thumbnail

କଟକ: ଅବିଭାବକଙ୍କ ଫୋନ ନମ୍ବର ଲେଖି ପିଲାଙ୍କ ପକେଟରେ ପୁରାଇଲେ କଟକ ଡିସିପି । ବର୍ତ୍ତମାନ ଚାଲିଛି ଐତିହାସିକ ବାଲିଯାତ୍ରା । ଦିନ ବଢ଼ିବା ସହ ଲୋକଙ୍କ ଭିଡ଼ ମଧ୍ୟ ବଢୁଛି । ତେବେ ବାଲିଯାତ୍ରା ପରି ସ୍ଥାନରେ ପିଲାଙ୍କ ହଜିବା ସମସ୍ୟା ମଧ୍ୟ ବଢ଼ିଯାଏ । କମିଶନରେଟ ପୋଲିସ ପକ୍ଷରୁ ନିଆରା ପଦକ୍ଷେପ ।  

ଏହା ମଧ୍ୟ ପଢ଼ନ୍ତୁ...ଆଜି ଅସଲ ଛାଡଖାଇ, ଆମିଷ ଷ୍ଟଲରେ ଖଚାଖଚ୍‌ ଭିଡ

ଚାଲିଛି ଐତିହାସିକ ବାଲିଯାତ୍ରା । ଦିନ ବଢ଼ିବା ସହ ବଢୁଛି ଲୋକଙ୍କ ଭିଡ଼ । ଆଗକୁ ଆହୁରି ଭିଡ଼ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଶନିବାର ଓ ରବିବାର ଛୁଟି ଦିନ ପଡ଼ୁଥିବାରୁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ତେବେ ବାଲିଯାତ୍ରା ଭିଡରେ ଅନେକ ଛୋଟ ଛୋଟ ପିଲା ମାନେ ସେମାନଙ୍କ ଅବିଭାବକ ମାନଙ୍କ ସହ ଆସିଥାଆନ୍ତି । ତେବେ ଏହି ଭିଡ଼ ସମୟରେ ସେମାନେ ହଜି ଯିବାର ସମ୍ଭାବନା ରହିଛି । ଯାହାକି ସେମାନଙ୍କୁ ଖୋଜିବା ପାଇଁ ପୋଲିସ ପାଇଁ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି । ଅବିଭାବକଙ୍କ ସହ ବାଲିଯାତ୍ରା ବୁଲୁଥିବା ଛୋଟ ଛୋଟ ପିଲାଙ୍କୁ ସେମାନଙ୍କ ଅବିଭାବକଙ୍କ ଫୋନ ନମ୍ବର ଲେଖି ପିଲାଙ୍କ ପକେଟରେ ପୁରାଇଲେ କଟକ ଡିସିପି ପିନାକ ମିଶ୍ର । ନିଜେ ଡିସିପି ଭିଡ଼ ଭିତରେ ରହି ଏହି କାର୍ଯ୍ୟ କରିଛନ୍ତି । ସେହିପରି ଅନ୍ୟ କର୍ମଚାରୀଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି । ଏହାଦ୍ୱାରା ଛୋଟ ଛୋଟ ପିଲା ହଜିଗଲେ ସହଜରେ ଖୋଜିହେବ ବୋଲି ଡିସିପି କହିଛନ୍ତି । ଅନ୍ୟପଟେ ପୋଲିସଙ୍କ ଏହି କାର୍ଯ୍ୟକୁ ପସନ୍ଦ କରିଛନ୍ତି ବାଲିଯାତ୍ରାକୁ ଆସୁଥିବା ପର୍ଯ୍ୟଟକ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.