'ନୂଆ-ଓ' ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

By ETV Bharat Odisha Team

Published : Jan 5, 2024, 4:48 PM IST

thumbnail

Group Clashes in Nua O Sports Competition: ବ୍ରହ୍ମପୁର: 'ନୂଆ-ଓ' ଯୁବ ଓଡିଶା ନବୀନ ଓଡିଶା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଫଳାଫଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ମିନି ଷ୍ଟାଡିୟମ ପରିସରରେ ଗତ 3 ଦିନ ବ୍ୟାପୀ ଚାଲିଥିଲା 'ନୂଆ-ଓ' ଯୁବ ଓଡିଶା ନବୀନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା । ତେବେ ଏହାର ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ଏଭଳି ଗୋଷ୍ଠୀ ସଙ୍ଘର୍ଷ ଯୋଗୁଁ 4 ଜଣ ଆହାତ ହୋଇଛନ୍ତି । ଗୁରୁବାର ଦୁଇ କ୍ରୀଡ଼ା ଗୋଷ୍ଠୀ ସଂଘର୍ଷ ଉପୁଜିଯିବା ଯୋଗୁଁ କ୍ରୀଡା ପରିବେଶ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିଲା ।

ଉକ୍ତ କ୍ରୀଡା ଉତ୍ସବରେ କବାଡି, ଖୋ ଖୋ ଓ ଦୌଡ଼ ଭଳି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କବାଡି ଖେଳର ଅନ୍ତିମ ପର୍ଯ୍ୟାୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କମେଣ୍ଟ ମରାକୁ ନେଇ ଝଗଡ଼ା ଓ ପରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା । ଏଥିରେ ଷ୍ଟାଡିୟମ ପାଖରେ ରହିଥିବା ବାଉଁଶ ଫାଳିଆ ଓ ଚେୟାର ଫିଙ୍ଗା ଫୋପଡା ମଧ୍ୟ ହୋଇଥିଲା । ଏଥିରେ 4 ଜଣ ଆହତ ହୋଇଥିବା ଜଣାପଡ଼ିଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା, କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ଖେଳ ପଡିଆରେ ପ୍ରଶାସନ ଓ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତରେ ଏଭଳି ଗଣ୍ଡଗୋଳ ଘଟିଥିବା କୁହାଯାଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.