ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ହେବାର ନାହିଁ, ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହ: ସିବିକେ ମହାନ୍ତି

By

Published : Dec 31, 2022, 11:04 PM IST

Updated : Feb 3, 2023, 8:38 PM IST

thumbnail

ଭୁବନେଶ୍ବର: କୋରୋନା ମହାମାରୀକୁ ନେଇ ବର୍ତ୍ତମାନର ସ୍ଥିତିର ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ଡିଏମଇଟି ସିବିକେ ମହାନ୍ତି (Former DMET CBK Mohanty on Corona situation in Odisha) । ଚଳିତ ବର୍ଷ ଓମିକ୍ରନ BF.7 ନୂଆ ଭାରିଏଣ୍ଟ ସାରା ବିଶ୍ଵକୁ ଭୟଭୀତ କରିସାରିଛି। ଏହି ବିଏଫ. 7 ଓମିକ୍ରନର ଏକ ଉପପ୍ରଜାତି । ଚୀନରେ ବର୍ତ୍ତମାନ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି। ହାତ ଗଣତିରେ କିଛି ଦେଶରେ ଏହି ସଂକ୍ରମଣ ଭୟଭୀତ କରାଯାଉଛି । ବିଏଫ. 7 ଓଡିଶାରୁ ସେପ୍ଟେମ୍ବର ମାସରୁ ସାମ୍ପୁଲ କଲେକ୍ଟ ହୋଇଥିଲା। ତାହା ଏବେ କାହାକୁ ସଂକ୍ରମଣ କରିନାହିଁ। ତେବେ ଆମେ ଭାବିବା ନାହିଁ ଯେ ସେଭଳି ପରିସ୍ଥିତି ଭାରତକୁ ଆସିବ ନାହିଁ । ପରିସ୍ଥିତି ଦେଖି ପ୍ରସ୍ତୁତ ରହିବା । ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇ ରହିବା । ଅକ୍ସିଜେନ ଔଷଧ ଏବଂ ଟେଷ୍ଟ ପାଇଁ ବ୍ୟବହାର ହେଉଥିବା ଜିନିଷ ଗୁଡ଼ିକ ଆଦି ପ୍ରସ୍ତୁତ ରଖିବା । ସଂପୂର୍ଣ୍ଣ ଭାବରେ ରାଜ୍ୟରେ କୋରୋନା ହସ୍ପିଟାଲ ବନ୍ଦ କରାଯାଇ ନାହିଁ । ବର୍ତ୍ତମାନ ଯେଉଁ ପରିସ୍ଥିତିରେ ଅଛେ ସେଥିରେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ତଥାପି ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.