କମୁଛି ବନ୍ୟା ଜଳ, ଡ଼ଙ୍ଗା ସାହାଯ୍ୟରେ ଚାଲିଛି ଟ୍ରାନ୍ସଫର୍ମର ମରାମତି

By

Published : Aug 18, 2022, 8:57 PM IST

Updated : Feb 3, 2023, 8:26 PM IST

thumbnail

କଟକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ବନ୍ୟାପାଣି କଟକର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଥିଲା । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ଲଗାଣ ବର୍ଷା କମିବା ଯୋଗୁଁ ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ଏଥିସହ ବାଙ୍କି ବନ୍ୟାଜଳ କମିବା ନେଇ ଜଣାପଡିଛି।ତେଣୁ ବିଦ୍ୟୁତ ସେବା ଯୋଗାଇବାକୁ ଡଙ୍ଗା ସାହାଯ୍ୟରେ ଟ୍ରାନ୍ସଫର୍ମର ମରାମତିରେ ଲାଗିପଡିଛନ୍ତି ବିଦ୍ୟୁତ କର୍ମଚାରୀ । କରେଣ୍ଟ ନଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ବାଙ୍କି ଗୟଳ ବାଙ୍କ ଅଞ୍ଚଳରେ କିପରି ରହିଛି ବନ୍ୟା ସ୍ଥିତି, ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.