Cyclone Biparjoy: ବନ୍ଦ ହେଲା ଦ୍ବାରକାଧୀଶଙ୍କ ମନ୍ଦିର

By

Published : Jun 14, 2023, 10:37 PM IST

thumbnail

ଦ୍ବାରକା: ବିପର୍ଯ୍ୟୟ ପାଇଁ ବନ୍ଦ ହୋଇଗଲା ଦ୍ବାରିକାଧୀଶଙ୍କ ମନ୍ଦିର। ବାତ୍ୟା ବିପର୍ଯ୍ୟୟ ପାଇଁ ଗୋଟିଏ ଦିନ ଭଗବାନଙ୍କ ଦର୍ଶନ ପୂଜା କରିପାରିବେ ନାହିଁ ଭକ୍ତ । ଆଜି  ସଂଧ୍ୟାରେ ଭଗବାନ ଦ୍ବାରିକାଧୀଶଙ୍କ ମନ୍ଦିରର ମୁଖ୍ୟ ଦ୍ବାର ବନ୍ଦ ହେବା ସହିତ ମନ୍ଦିର ଚତୁଃପାର୍ଶ୍ବରେ ପୋଲିସ ମୁତୟନ ହୋଇଛନ୍ତି । ଏତତ ବ୍ୟତୀତ ମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ମନ୍ଦିର ଦ୍ବାର ବନ୍ଦ ହେବା ପୂର୍ବରୁ ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭୀ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଏହା ସହିତ ମନ୍ଦିର ସୁରକ୍ଷା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହିତ କର୍ମଚାରୀ, ଭକ୍ତ ପୂଜକଙ୍କ ସହିତ ଆଲୋଚନା କରିଥିଲେ । ଆଇଏମଡିର ଆକଳନ ଅନୁସାରେ ବାତ୍ୟା ବିପର୍ଯ୍ୟୟ ଦ୍ବାରକାରେ ମଧ୍ୟ ଗଭୀର ପ୍ରଭାବ ପକାଇବ । ଯାହାର ସଂକେତ ମିଳିସାରିଛି । କାରଣ ଦ୍ବାରକାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ମନ୍ଦିର ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ ଭକ୍ତଙ୍କ ଉଦ୍ଦେଶ୍ୟରେ ମନ୍ଦିରକୁ ବନ୍ଦ ରଖିଛନ୍ତି ସରକାର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.