2 ଦଫା ଦାବି ନେଇ କଙ୍କଡାହାଡ ଥାନା ଘେରିଲେ ଆଦିବାସୀ

By ETV Bharat Odisha Team

Published : Jan 12, 2024, 10:55 PM IST

thumbnail

ଢେଙ୍କାନାଳ: କଙ୍କଡାହାଡ ଥାନା ଘେରିଲେ ଆଦିବାସୀ । ଦୁଇ ଦଫା ଦାବି ନେଇ ଥାନା ସମ୍ମୁଖରେ ଧାରଣାରେ ବସି ରହିଥିଲେ ଆଦିବାସୀ । ଯେ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ତେବେ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଆନ୍ଦୋଳନକାରୀ ।  

ଏହା ମଧ୍ୟ ପଢ଼ନ୍ତୁ.... ବସ୍ତି ଉଚ୍ଛେଦକୁ ନେଇ ତାତିଲେ ବସ୍ତି ବାସିନ୍ଦା, ଘେରିଲେ ବିଧାୟକଙ୍କ କାର୍ଯ୍ୟାଳୟ

ସୂଚନା ମୁତାବକ ଗତ ୧୦ ତାରିଖ ବୁଧବାର ସକାଳ ସମୟରେ ବାଲିକୁମା ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିଲା । ଚଢାଉବେଳେ ସେହି ଗ୍ରାମର ଜଣେ ମଦ ରାନ୍ଧୁଥିବା ଅଭିଯୋଗରେ ଅବକାରୀ ବିଭାଗର କର୍ମଚାରୀମାନେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି । ଏହାସହ ମହିଳା ମାନଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ସେମାନଙ୍କ ଘରୁ ଆସାବାପତ୍ର ଫିଙ୍ଗା ଫୋପଡା ଓ ଲୁଟପାଟ କରିଥିବା ଅଭିଯୋଗ ମଧ୍ୟ କରିଛନ୍ତି ଆନ୍ଦୋଳନକାରୀ । ତେଣୁ ଅବକାରୀ ବିଭାଗର ଉକ୍ତ କର୍ମଚାରୀ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଥାନା ସମ୍ମୁଖରେ ବସି ରହିଥିଲେ ଆଦିବାସୀ । ଖବର ପାଇ ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ତୁମୁଶିଙ୍ଗା, ଭୁବନ ଓ କଙ୍କଡାହାଡର ପୋଲିସ ସହ କଙ୍କଡାହାଡ ତହସିଲଦାର ଏବଂ କାମାକ୍ଷାନଗର ଏସଡିପିଓ ପହଞ୍ଚି ଥିଲେ । ପରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ୭ ଦିନ ଭିତରେ ତଦନ୍ତ କରି ଉକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦିଆଯିବା ସହ ବୁଝାସୁଝା କରିବା ପରେ ପ୍ରାୟ ୪ ଘଣ୍ଟା ପରେ ଆନ୍ଦୋଳନରୁ ହଟିଥିଲେ ଆଦିବାସୀ ।   

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.