ପରିକ୍ରମା ପ୍ରକଳ୍ପ ଲୋକାର୍ପିତ: ଏମିିତି କହିଲେ ଭକ୍ତ...

By ETV Bharat Odisha Team

Published : Jan 17, 2024, 3:42 PM IST

thumbnail

Parikrama Project Inauguration: ପୁରୀ: ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ଭବ୍ୟ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଓ ଶ୍ରଦ୍ଧାଳୁମାନେ ସାକ୍ଷୀ ପାଲଟିଛନ୍ତି । ଶ୍ରୀକ୍ଷେତ୍ର ଉତ୍ସବମୁଖର ରହିଥିବାବେଳେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭକ୍ତ ।  ପୂର୍ବରୁ ଶୌଚାଳୟ ସମସ୍ୟା ଥିବାବେଳେ ତାହା ଏବେ ଦୂର ହୋଇଛି । 

ଏହା ମଧ୍ୟ ପଢନ୍ତୁ...ବେଦପାଠରେ କମ୍ପୁଛି ଶ୍ରୀକ୍ଷେତ୍ର, ଭକ୍ତିରସରେ ଭିଜୁଛି ଭକ୍ତ

ଏହା ମଧ୍ୟ ପଢନ୍ତୁ...ଶ୍ରୀକ୍ଷେତ୍ରରେ ଝିପିଝିପି ବର୍ଷା, ଜୟ ଜଗନ୍ନାଥ ଧ୍ବନିରେ ମୁଖରିତ ଗଗନ ପବନ

ସେହିପରି ଅନ୍ୟ ମନ୍ଦିରମାନଙ୍କରେ ପରିକ୍ରମା ବ୍ୟବସ୍ଥା ଥିବାବେଳେ ଚାରି ଧାମରୁ ଅନ୍ୟତମ ଶ୍ରୀଜଗନ୍ନାଥ ଧାମ ପାଇଁ ପରିକ୍ରମା ମାର୍ଗର ଆବଶ୍ୟକତା ରହିଥିଲା । ଯାହା ଏବେ ଲୋକାର୍ପଣ ହୋଇଥିବାରୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ନିକଟରେ ଏକ ପାର୍କର ନିର୍ମାଣ କରାଯାଇଥିବା କହିଛନ୍ତି ଭକ୍ତ । ପୂର୍ବ ଅପେକ୍ଷା ବର୍ତ୍ତମାନ ଅନେକ ମନ୍ଦିର ରୂପରେଖରେ ଅନେକ ପରିବର୍ତ୍ତନ ଆସିଥିବା ନେଇ ମତ ପ୍ରକାଶ ପାଇଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.