ଶ୍ରୀକ୍ଷେତ୍ରରେ ଝିପିଝିପି ବର୍ଷା, ଜୟ ଜଗନ୍ନାଥ ଧ୍ବନିରେ ମୁଖରିତ ଗଗନ ପବନ

By ETV Bharat Odisha Team

Published : Jan 17, 2024, 12:11 PM IST

thumbnail

Rain in parikrama project inauguration: ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ । ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ଏହାରି ମଧ୍ୟରେ ଶ୍ରୀକ୍ଷେତ୍ରରେ ମେଘୁଆ ପାଗ ସାଙ୍ଗକୁ ଲାଗି ରହିଛି ଝିପିଝିପି ବର୍ଷା । ଭକ୍ତି ରସରେ ଭିଜୁଛନ୍ତି ଭକ୍ତ । ପୁର୍ବାଲି ବାୟୁ ଓ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଉପକୂଳ ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଯଜ୍ଞ ଚାଲିଥିବା ବେଳେ ଆକାଶରୁ ପୁଷ୍ପବୃଷ୍ଟି କରୁଛନ୍ତି ଇନ୍ଦ୍ରଦେବ । ବର୍ଷାରେ ଭିଜି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ଭବ୍ୟ ଉତ୍ସବର ୯୦୦ରୁ ଅଧିକ ଅତିଥି ସାକ୍ଷୀ ରହିବେ । ଲୋକାର୍ପଣ ପରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.