ଅଷ୍ଟମ ସନ୍ଧ୍ୟାରେ ଐତିହାସିକ ବାଲିଯାତ୍ରା, କମିନି ଦର୍ଶକଙ୍କ ଗହଳି

By ETV Bharat Odisha Team

Published : Dec 4, 2023, 10:02 PM IST

thumbnail

କଟକ: ଅଷ୍ଟମ ଦିନରେ ଐତିହାସିକ ବାଲିଯାତ୍ରା । ଆଜି  ସନ୍ଧ୍ୟାରେ ମଧ୍ୟ  ବାଲିଯାତ୍ରା ପଡ଼ିଆରେ ଦେଖିବାକୁ ମିଳିଛି ଜୋରଦାର ଭିଡ଼ । ଗତକାଲି ରେକର୍ଡ ସଂଖ୍ୟକ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ସୋମବାରରେ ଭିଡ଼ ହେବ ନାହିଁ ବୋଲି ଆଶା କରାଯାଉଥିଲା । ମାତ୍ର ଆଜି ମଧ୍ୟ ବାଲିଯାତ୍ରା ପଡ଼ିଆରେ ପ୍ରବଳି ଗହଳି ଦେଖିବାକୁ ମିଳିଥିଲା ।  

ତେବେ ବାଲିଯାତ୍ରାର ଆଜି ଅନ୍ତିମ ଦିନ ଥିବା ବେଳେ ଏହାକୁ ଦିନକ ପାଇଁ ଢ଼ା ଯାଇଛି । ଜନ ସାଧାରଣଙ୍କ ଆଗ୍ରହକୁ ଦେଖି ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେପେଟ ବାଲିଯାତ୍ରାରେ ହେଉଥିବା ଲୂଟ କରୁଥିବା ଲୁଟେରାଙ୍କ ଉପରେ କଡ୍ଡା ନଜର ରଖିଛି ପୋଲିସ ।  ମୋବାଇଲକୁ ଖୋଜିବ ପୋଲିସ। ବାଲିଯାତ୍ରାରେ ଯେତିକି ମୋବାଇଲ ହଜିଥିବା ନେଇ ମାମଲା ରୁଜୁ ହୋଇଥିବ, ସେସବୁକୁ ଖୋଜିବା ପାଇଁ ପୋଲିସ ଦ୍ବାରା ଏକ ସ୍ପେସିଆଲ ଡ୍ରାଇଭ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.