Asia Cup 2023 Super 4: ଭାରତ-ପାକ୍ ଫାଇଟ ନେଇ ଉତ୍ସାହିତ ଫ୍ୟାନ୍ସ, କହିଲେ ବିଜୟ ନିଶ୍ଚିନ୍ତ

By ETV Bharat Odisha Team

Published : Sep 10, 2023, 2:22 PM IST

thumbnail

ରାଉରକେଲା: ଏସିଆ କପ ସୁପର ଫୋର ରାଉଣ୍ଡରେ ଆଜି ସୁପର ସନଣ୍ଡରେ ରହିଛି ସୁପର ମୁକାବିଲା । ଏନେଇ କ୍ରିକେଟ ପ୍ରେମୀ ଉତ୍ସାହିତ । ଆଜି ଭାରତ ବନାମ ପାକିସ୍ତାନ ସୁପର ଫୋର ରାଉଣ୍ଡ ମ୍ୟାଚରେ ଭାରତର ବିଜୟ ନିଶ୍ଚିନ୍ତ ବୋଲି କହିଛନ୍ତି କ୍ରିକେଟପ୍ରେମୀ । ଲିଗ ପର୍ଯ୍ୟାୟ ମ୍ୟାଚ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିବା ଯୋଗୁ କ୍ରିକେଟ ପ୍ରେମୀଙ୍କ ଦେଖିବା ମଧ୍ୟରେ ନିରାଶା ଦେଖିବାକୁ ମିଳିଥିଲା । କିନ୍ତୁ ଆଜିର ମ୍ୟାଚ ନିଶ୍ଚିତ ଭାବରେ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି କ୍ରିକେଟ ପ୍ରେମୀ । ଆଉ କେଇ ଘଣ୍ଟାର ସମୟ ସୁପର ଫୋରର ସୁପର ମୁକାବିଲା ଶ୍ରୀଲଙ୍କାର କୋଲମ୍ବୋରେ ଆରମ୍ଭ ହେବ । ଏହାକୁ ନେଇ କ୍ରିକେଟ ପ୍ରେମୀ ଏବଂ କ୍ରିକେଟରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରାଉରକେଲାରେ ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ଏକାଠି ହୋଇଛନ୍ତି ସମସ୍ତ ଯୁବ କ୍ରିକେଟର । ରାଉରକେଲାର ଯୁବ ଖେଳାଳି ମାନେ ଭାରତକୁ ଚିୟର କରିବା ପାଇଁ ଆଗେଇ ଆସିଛନ୍ତି । ଆଜି ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରି ପାକିସ୍ତାନକୁ କଡା ଜବାବ ଦେବେ ବୋଲି ଆଶା ବ୍ୟକ୍ତି କରିଛନ୍ତି ଫ୍ୟାନ୍ସ । ପୂର୍ବ ମ୍ୟାଚ ଭଲି ହାର୍ଦ୍ଦିକ ପାଣ୍ଡ୍ୟା ଓ ଈଷାନ କିଶନ ଭଲ ପ୍ରଦର୍ଶନ କରିବେ ଏବଂ ଭାରତର ବିଜୟ ନିଶ୍ଚିନ୍ତ ବୋଲି କହିଛନ୍ତି କ୍ରିକେଟପ୍ରେମୀ ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.