ଦୁର୍ବଳ ହେଲା ବାତ୍ୟା 'ମିଗଜୋମ', ୨୪ଘଣ୍ଟାରେ ୩ଜିଲ୍ଲାରେ ଅତି ପ୍ରବଳ ବର୍ଷା

By ETV Bharat Odisha Team

Published : Dec 5, 2023, 7:19 PM IST

thumbnail

ଭୁବନେଶ୍ବର: ସ୍ଥଳଭାଗ ଅତିକ୍ରମ କଲା ଭୀଷଣ ବାତ୍ୟା 'ମିଗଜୋମ' ।  ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ସର୍ବାଧିକ ୧୧୦ କିମି ରହିଥିଲା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ୧୧ କିଲୋମିଟର ବେଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି । ଆଜି ଏହା ମଛଲିପଟନମ ଓ ନିଲୋର ମଧ୍ୟରେ ବାପାଟଲାର ନିକଟ ଦକ୍ଷିଣରେ ସ୍ଥଳଭାଗ ଅତିକ୍ରମ କରିଛି । ଆଗାମୀ ୨ ଘଣ୍ଟା ଯାଏ ଏହା ଉତ୍ତର ଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ପରିଣତ ହେବ ।  

ବାତ୍ୟାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡା ଏହି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଆସନ୍ତାକାଲି ମଧ୍ୟ ଏହି ସବୁ ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଏହି ସବୁ ଜିଲ୍ଲାଗୁଡିକରେ ଅଧିକାଂଶ ସ୍ଥାନରେ ଓ ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- ଲ୍ୟାଣ୍ଡଫଲ୍‌ କଲା ବାତ୍ୟା 'ମିଗଜୋମ୍‌', ୭ ତାରିଖରୁ ପାଗରେ ପରିବର୍ତ୍ତନ

ଅନ୍ୟପଟେ ବନ୍ଦରଗୁଡ଼ିକରେ ଏବେବି ୨ ନମ୍ବର ବିପଦ ସଙ୍କେତ ରହୁଛି । ଆସନ୍ତାକାଲି ଯାଏଁ ଉପକୂଳ ଜିଲ୍ଲାଗୁଡିକରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସେହିପରି ବର୍ଷାର ସମ୍ଭାବନାକୁ ନେଇ ଅମଳ ହେବାକୁ ଥିବା ଫସଲକୁ ନେଇ ଚାଷୀଙ୍କୁ ସତର୍କ କରାଇଛି ବିଭାଗ । ଏହାସହ ଅତି ପ୍ରବଳ ବର୍ଷା ହେବାକୁ ଜିଲ୍ଲାର ତଳିଆ ଅଞ୍ଚଳରେ ଜଳମଗ୍ନ ସମସ୍ୟା ଓ କଚ୍ଚାଘର ଭାଙ୍ଗିବାର ଆଶଙ୍କା ଥିବାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଆଞ୍ଚଳିକ ପାଣିପାଗ ବିଭାଗ ।  ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଗଜପତିର ମୋହନାଠାରେ ୪୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.