ସଚିନଙ୍କ ରେକର୍ଡ ଭାଙ୍ଗିଲେ କିଙ୍ଗ୍ କୋହଲି, ସାଣ୍ଡ୍‌ ଆନିମେସନରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ

By ETV Bharat Odisha Team

Published : Nov 17, 2023, 7:30 AM IST

thumbnail

ବ୍ରହ୍ମପୁର: ବିଶ୍ବକପର ସେମିଫାଇନାଲରେ ଶତକ ହାସଲ କରି ଏକାଧିକ ରେକର୍ଡ ନିଜ ନାମରେ କରିଥିଲେ ବିରାଟ କୋହଲି ।  ଦିନିକିଆରେ ୫୦ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ଭାଙ୍ଗିଥିବା ବେଳେ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହକାରୀ କ୍ରିକେଟର ବନିଛନ୍ତି ବିରାଟ । ବିରାଟଙ୍କ ଏହି ସଫଳତାକୁ ନେଇ ତାଙ୍କୁ ତାଙ୍କୁ ସ୍ୟାଣ୍ଡ୍‌ ଆନିମେସନ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସାଣ୍ଡ୍‌ ଆନିମେସନ ସେ ବିରାଟଙ୍କର ଏକ ସୁନ୍ଦର ଚିତ୍ର ତିଆରି କରିଛନ୍ତି । ବିଶ୍ବକପ୍ ଅନ୍ତିମ ପର୍ଯ୍ୟାୟରେ ଭାରତ ପହଞ୍ଚିଥିବା ବେଳେ ଏହାକୁ ନେଇ ସାରା ଦେଶରେ କ୍ରିକେଟ ପ୍ରେମୀ ମାନେ ବେଶ ଉତ୍ସାହିତ । ଏହାରି ମଧ୍ୟରେ ବିରାଟ କୋହଲି ଚଳିତ ବିଶ୍ବକପ୍‌ରେ ଦମଦାର ଫର୍ମରେ ରହିଛନ୍ତି । ପ୍ରତି ମ୍ୟାଚ୍‌ରେ ନିଜ ନାମରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି କିଙ୍ଗ୍ କୋହଲି । ଦିନିକିଆରେ ସର୍ବାଧିକ ଶତକ ହାସଲ କରି ସଚିନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି  ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.