ନବରଙ୍ଗପୁରରେ ଭାଲୁ ଆତଙ୍କ, ବିଚ ରାସ୍ତାରେ ଛେଳିକୁ ଝୁଣି ଖାଇଲା

By ETV Bharat Odisha Team

Published : Aug 22, 2023, 10:44 PM IST

thumbnail

ନବରଙ୍ଗପୁର: ରାସ୍ତା ଉପରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରୀ ପଞ୍ଚାୟତ ଅନ୍ତର୍ଗତ ପଠାନ ଗୁଡା ରାସ୍ତା ଉପରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଦିନ ଦ୍ବିପହରରେ ରାସ୍ତା ମଝିରେ ଭାଲୁ ଏକ ଛେଳିକୁ ଖାଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଲୋକେ ଯିବା ସମୟରେ ଆତଙ୍କ ଖେଳାଇଛି ଭାଲୁ । ଭୟରେ ରାସ୍ତା ମଝିରେ ବାଇକ ଛାଡ଼ି ଯିବାପାଇଁ ଲୋକେ ବାଧ୍ୟ ହୋଇଛନ୍ତି । ଭାଲୁଟି ଉକ୍ତ ବାଇକ ଉପରେ ଚଢୁ ଥିବାର ଦେଖିବାକୁ ମିଳିଛି । ଲୋକଙ୍କ କହିବା ଅନୁସାରେ କିଛିଦିନ ତଳେ ଧଣ୍ଡୋରା ପଞ୍ଚାୟତ ଅନ୍ତର୍ଗତ ପଥରଲସା ଗ୍ରାମର ଦୁଇଟି ଛେଳିକୁ ଏହି ଭାଲୁ ମାରି ଖାଇବାର ଦୃଶ୍ୟ ଭାଇରାଲ ହୋଇଥିଲା । ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ରାସ୍ତା ଦେଇ ଯାତାୟାତ କରିବାକୁ ଲୋକେ ଅସୁରକ୍ଷିତ ମଣୁଛନ୍ତି । ତେଣୁ ବନ ବିଭାଗ ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । 

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.