ଗାଁ ଭିତରେ ପଶିଲା ଗୋଠଛଡା ହାତୀ ଛୁଆ

By ETV Bharat Odisha Team

Published : Jan 6, 2024, 8:22 AM IST

thumbnail

Elephant calf in cattle herd: ଅନୁଗୋଳ: ଗାଈ ଗୋଠରେ ବୁଲୁଛି ହାତୀ ଛୁଆ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଗଣ୍ଠିଗାଡ଼ିଆ ଗାଁରେ  । ଏକ 45 ଟିକିଆ ହାତୀପଲ ଗଣ୍ଠିଗାଡ଼ିଆ ଜଙ୍ଗଲରେ ଥିବାବେଳେ ଗୋଟିଏ ହାତୀ ଛୁଆ ଗୋଠରୁ ଅଲଗା ହୋଇ ଗାଈ ଗୋଠରେ ମିଶିଯାଇଥିଲା । ଆଉ ସେହି ଗାଈ ଗୋଠ ପଛେ ପଛେ ଗାଁ ମଧ୍ୟକୁ ପଶି ଆସିଥିଲା । ଗାଈ ଗୋଠରେ ହାତୀକୁ ଗ୍ରାମବାସୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ହାତୀ ଛୁଆର ବୟସ ପ୍ରାୟ ୧ ମାସରୁ ଅଧିକ ହେବ ବୋଲି ଜଣାଯାଇଛି । ତେବେ ହାତୀ ଛୁଆକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିବା ସହ ହାତୀପଲରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.