Train Accident: ବଗି ଉପରେ ଚଢିଯାଇଛି ବଗି, ଦେଖନ୍ତୁ ଆନ୍ଧ୍ର ଟ୍ରେନ ଦୁର୍ଘଟଣା ସ୍ଥଳର ଭିଡିଓ

By ETV Bharat Odisha Team

Published : Oct 30, 2023, 9:01 AM IST

Updated : Oct 30, 2023, 9:18 AM IST

thumbnail

ଅମରାବାତୀ: ସେଇ କାଳ ରାତି । ସେହି ଟ୍ରେନ ଦୁର୍ଘଟଣା । ଗତ ଜୁନ 2 ତାରିଖରେ ବାଲେଶ୍ବର ବାହାନଗା ଭୟଙ୍କର ଦୁର୍ଘଟଣାକୁ ଭୁଲି ନାହିଁ ଦେଶ ପୁଣି ଆଉ ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ବାଲେଶ୍ବର ବାହାନଗା ବେଦନା ମନରୁ ଲିଭିନାହିଁ ଆନ୍ଧ୍ରପ୍ରଦେଶରେ ଆଉ ଏକ ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଖବର ଲେଖାଯିବା ସୁଦ୍ଧା ମୋଟ 13 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଆଲମଣ୍ଡା ଏବଂ କଣ୍ଟାପାଲି ମଧ୍ୟରେ 3ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ହୋଇଛି । ବିଶାଖାପାଟଣାରୁ ରାୟଗଡ଼ା ଆସୁଥିବା ପାସେଞ୍ଜର ଟ୍ରେନ୍‌ ସିଗ୍ନାଲ୍‌ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ଥିଲା । ଏହି ରୁଟ୍‌ରେ ପଲାସାରୁ ବିଶାଖାପାଟଣା ଯାଉଥିବା ଅନ୍ୟ ଏକ ଟ୍ରେନ୍‌ ପାସେଞ୍ଜର ଟ୍ରେନକୁ ଧକ୍କା ଦେଇଥିଲା । ଫଳରେ 3ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହି ସମୟରେ ଏକ ମୁଖ୍ୟ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ପାସେଞ୍ଜର ଟ୍ରେନର ବଗି ଉପରେ ଚଢ଼ିଯାଇଥିଲା । ଏଥିରେ 13 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଦୁର୍ଘଟଣାରେ ବଗି ଉପରେ ବଗି ଚଢି ଯାଇଛି । ସବୁ କିଛି ଛିନଛତର ହୋଇଛି । ଟ୍ରେନ୍‌ ଟ୍ରାଜେଡି ପରର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ଦେଖନ୍ତୁ ଭିଡିଓ...

Last Updated : Oct 30, 2023, 9:18 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.