ବର୍ଷାଙ୍କ ବିସ୍ଫୋରକ ବୟାନ: ମୋ ନାଁରେ ଅପପ୍ରଚାର କରାଯାଇଛି, ମୁଁ ପୀଡିତା

By

Published : Apr 11, 2023, 9:59 AM IST

thumbnail

ଭୁବନେଶ୍ବର: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଖୋଲା ମଞ୍ଚରେ ବିସ୍ଫୋରକ ବୟାନ ଦେଇଛନ୍ତି  । ନିଜ ଜୀବନରେ ଘଟିଥିବା ଘଟଣା ଦୁର୍ଘଟଣାକୁ ବର୍ଣ୍ଣନା କରି ଅନେକଙ୍କୁ ତେରଚ୍ଛା ଇଙ୍ଗିତ କରି ବର୍ଷିଛନ୍ତି ବର୍ଷା  । ଭୁବନେଶ୍ବରର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବର୍ଷା କହିଛନ୍ତି, "ମୋ ଜୀବନରେ ଝଡ ଆସିଛି। ମୁଁ ତାକୁ ସକାରାତ୍ମକ ମାନସିକତା ନେଇ ସାମ୍ନା କରିଛି ।  ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ । ମୋ ଜୀବନରେ ଝଡ ଆସିଲା ଓ ବହୁତ କିଛି ପରିବର୍ତ୍ତନ କରିଦେଲା । ଯାହା ଆଶା କରିନଥିଲି ସେଇୟା ହେଲା ।"

ବର୍ଷା ପ୍ରିୟଦର୍ଶିନୀ ଆହୁରିମଧ୍ୟ କହିଛନ୍ତି, "ମୁଁ ପୀଡ଼ିତା । ମୋ ନାଁରେ ଅନେକ ମିଥ୍ୟା ଓ ଅପପ୍ରଚାର କରାଯାଇଛି  । ମୁଁ ଅନେକ ଅକୁହା ଦୁଃଖର ସାମ୍ନା କରିଛି  । ଜୀବନ ମତେ ବହୁତଥର ପକେଇବାକୁ ଚେଷ୍ଟା କରିଛି ।  କିନ୍ତୁ ମୁଁ ପଡି ପୁଣିଥରେ ଛିଡା ହୋଇଛି । ମୋ ପରିବାର ମତେ ଆତ୍ମବିଶ୍ବାସ ଯୋଗାଇଛନ୍ତି ।" ସୋସିଆଲ ମିଡିଆରେ  କାହିଁକି ମତ ରଖୁନାହାନ୍ତି ବୋଲି  ପ୍ରଶ୍ନ କରିବାରୁ ସେ କହିଛନ୍ତି, "ମୁଁ ମୋର ସାମାଜିକ କାର୍ଯ୍ୟକ୍ରମର ଫଟୋ ସେୟାର କଲି । ହେଲେ ରାଜନୀତିରେ ଯୋଗ ଦେବାକୁ, ଟିକେଟ ପାଇବାକୁ ଓ ଦେଖାଇ ହେବାକୁ ମୁଁ ଏପରି କରୁଛି ବୋଲି ଅନେକ ଲୋକ କମେଣ୍ଟ ଦେଲେ  ।" ତେଣୁ ସୋସିଆଲ ମିଡ଼ିଆର ନକରାତ୍ମକତାରୁ ଦୂରରେ ରହିବାକୁ ରମାଦେବୀ ଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଅଭିନେତ୍ରୀ  । ବର୍ଷାଙ୍କ ଏପରି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.