ଆଶ୍ଚର୍ଯ୍ୟ ! ଏକା ସାଙ୍ଗରେ 4 ଶିଶୁଙ୍କୁ ଜନ୍ମ ଦେଲେ ମହିଳା

By

Published : Apr 19, 2023, 10:41 PM IST

thumbnail

ଗୌହାଟୀ: ଗୋଟିଏ ଗର୍ଭରୁ ଏକାଠି ଜନ୍ମ ହେଲେ 4 ଶିଶୁ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆସାମର କରିମଗଞ୍ଜ ଜିଲ୍ଲାରେ । ମହିଳା ଜଣକ ଜିଲ୍ଲାର ବଜାରିଚାରା ଅଞ୍ଚଳର ବଜାରିଚାରା ଅଞ୍ଚଳର ଏହି ଚାରି ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ନବଜାତ ଶିଶୁମାନଙ୍କ ମଧ୍ୟରେ ତିନି ପୁଅ ଓ ଗୋଟିଏ ଝିଅ ରହିଛି । ବର୍ତ୍ତମାନ ଶିଶୁମାନେ ଡାକ୍ତରଙ୍କ ତତ୍ତ୍ବବଧାନରେ ଅଛନ୍ତି ।  

ଏହି ଗର୍ଭବତୀ ମହିଳାଙ୍କୁ ସୋମବାର ଦିନ 3ଟା ସମୟରେ ମାକୁଣ୍ଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମହିଳାଙ୍କ ଗର୍ଭରେ ଚାରି ସନ୍ତାନ ଥିବା ଜଣାପଡିଥିବା ବେଳେ ମଙ୍ଗଳବାର ସକାଳ 7 ଟାରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ଚାରି ଜଣ ଶିଶୁ ଜନ୍ମ ହୋଇଥିଲେ  । ସେହିପରି ପୂର୍ବରୁ ମାକୁଣ୍ଡା ହସ୍ପିଟାଲରେ ଏକା ସାଙ୍ଗରେ ଚାରି ଶିଶୁ ଜନ୍ମ ହେବାର କୌଣସି ରେକର୍ଡ ନଥିଲା । ମାଆ ଏବଂ 4 ନବଜାତ ଶିଶୁର ଅବସ୍ଥା ଭଲ ଅଛି ବୋଲି ଡାକ୍ତର କହିଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ ନବଜାତ ଶିଶୁଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.