ସାଙ୍ଗକୁ ଗୁଳି ମାରିଲା ସାଙ୍ଗ, ରଜ ପାଇଁ ଦୁହେଁ ଗାଁକୁ ଆସିଥିଲେ

By

Published : Jun 13, 2023, 3:46 PM IST

thumbnail

କେନ୍ଦୁଝର: ସାମନ୍ୟ ବଚସାକୁ କେନ୍ଦ୍ର କରି ସାଙ୍ଗକୁ ଗୁଳି ମାରିଲା ସାଙ୍ଗ । କେନ୍ଦୁଝର ହରିଚନ୍ଦନପୁର ଥାନା ସିଂହବିଲା ଗାଁରେ ଗତକାଲି ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ଏନେଇ  ଗୁରୁତର ହୋଇଛନ୍ତି  ପୂର୍ଣ୍ଣଚନ୍ଦ୍ର ଦାସ । ତାଙ୍କୁ ପ୍ରଥମେ ହରିଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୁଚନା ମିଳିଛି। ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି ।  ଗୁଳି ମାରିଥିବା ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର  ହୋଇଯାଇଛି  ।  

ସୁଚନା ଅନୁସାରେ, ଉଭୟ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ରଜପର୍ବ ପାଳନ କରିବାକୁ ଘରକୁ ଆସିଥିଲେ । ଗୁଳିକାଣ୍ଡ ପୂର୍ବରୁ ଦୁଇଜଣ ବାଇକରେ ସାଙ୍ଗ ହୋଇ ବୁଲୁଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗିଥିଲା । ଉତ୍ୟକ୍ତ ହୋଇ ହଠାତ  ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁଳି ମାରିଥିଲା ତାଙ୍କ ସାଙ୍ଗ ।  ତେବେ ତଦନ୍ତ ପରେ ଗୁଳି ଚଳାଇବାର ପ୍ରକୃତ କାରଣ ସାମ୍ନାକୁ ଆସିପାରିବ ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.