ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ନୟାଗଡ଼ରେ ୫ ବର୍ଷ ପାଇଁ ଦାୟିତ୍ୱ ନେଲେ ୮ ବ୍ଲକର ଅଧ୍ୟକ୍ଷ

By

Published : Mar 13, 2022, 12:44 PM IST

Updated : Feb 3, 2023, 8:19 PM IST

thumbnail

ନୟାଗଡ଼: ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ନୟାଗଡ଼ର ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ୮ଟି ବ୍ଲକ ପଞ୍ଚାୟତ ସମିତି ନିର୍ବାଚନ ଅନୁଷ୍ଠିତ ହୋଇଛି । ୮ ଟି ବ୍ଲକ ମଧ୍ୟରୁ ୫ଟି ବ୍ଲକରେ ଅଧ୍ୟକ୍ଷା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କେବଳ ରଣପୁର, ଗଣିଆ ଏବଂ ଦଶପଲ୍ଲା ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିଶୋର ଚନ୍ଦ୍ର ପ୍ରଧାନ ନୟାଗଡ଼ ବ୍ଲକର ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ରଣପୁର ବ୍ଲକର ଅଧ୍ୟକ୍ଷା ହୋଇଛନ୍ତି ନିର୍ମଳା ବେହେରା । ସେହିପରି ଭାପୁର ବ୍ଲକରେ ସାବିତ୍ରୀ ପ୍ରଧାନ, ଖଣ୍ଡପଡାରେ ଉପମା ବେହେରା,ଦଶପଲ୍ଲାରେ ସୁନନ୍ଦା ସାହୁ, ଓଡଗାଁରେ ଲୋକନାଥ ମିଶ୍ର, ନୂଆଗାଁରେ ଲକ୍ଷ୍ମୀପ୍ରିୟା ବେହେରା ଏବଂ ଗଣିଆରେ ଝୁନା ଜେନା ନିର୍ବାଚିତ ହୋଇଛନ୍ତି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.