ETV Bharat / sukhibhava

Paxlovid for COVID: ଲଞ୍ଚ ହେଲା କୋଭିଡ ଔଷଧ ପ୍ୟାକ୍ସଲୋଭିଡ

author img

By

Published : Sep 10, 2022, 7:32 AM IST

ଲଞ୍ଚ ହେଲା କୋଭିଡ ଔଷଧ ପ୍ୟାକ୍ସଲୋଭିଡ(Paxlovid Drug) । COVIDରେ ସଂକ୍ରମିତ ହୋଇଥିବା ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ବିକଳ୍ପ ଚିକିତ୍ସା ନିମନ୍ତେ Paxlovid ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ

Paxlovid for COVID: ଲଞ୍ଚ ହେଲା କୋଭିଡ ଔଷଧ ପ୍ୟାକ୍ସଲୋଭିଡ
Paxlovid for COVID: ଲଞ୍ଚ ହେଲା କୋଭିଡ ଔଷଧ ପ୍ୟାକ୍ସଲୋଭିଡ

ହାଇଦ୍ରାବାଦ: ଲଞ୍ଚ ହେଲା କୋଭିଡ ଔଷଧ ପ୍ୟାକ୍ସଲୋଭିଡ(Paxlovid Drug) । ଜେନାରା ଫାର୍ମା(Zenara Pharma) ଭାରତରେ COVIDରେ ସଂକ୍ରମିତ ହୋଇଥିବା ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ବିକଳ୍ପ ଚିକିତ୍ସା ନିମନ୍ତେ Paxlovid ପ୍ରସ୍ତୁତ କରିଛି । ଏହା ନିର୍ମତେଲଭିର ଏବଂ ରିଟୋନାଭିର ଟାବଲେଟ ମିଶ୍ରଣରେ ନିର୍ମିତ ପ୍ରଥମ ଔଷଧ ।

ହାଇଦ୍ରାବାଦ ସ୍ଥିତ ବାୟୋଫୋର ଇଣ୍ଡିଆ ଫାର୍ମାସ୍ୟୁଟିକାଲ୍ସର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଜେନାରା ଫାର୍ମା ଶୁକ୍ରବାର ଘୋଷଣା କରିଛି ଯେ, ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ବିକଳ୍ପ ଭାବରେ ଏହା ଏକ ମିଶ୍ରଣ ପ୍ୟାକ ଜେନେରିକ୍ ପ୍ୟାକ୍ସଲୋଭିଡ୍(ନିର୍ମତେଲଭିର ଏବଂ ରିଟୋନାଭିର) ଟାବଲେଟ୍ ଲଞ୍ଚ କରିଛି । କୋଭିଡ୍-19 ଔଷଧ ନିର୍ମାତାଙ୍କ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜେନାରା ଫାର୍ମା ଗତ ମାସରେ ଏହି ଉତ୍ପାଦ ଉତ୍ପାଦନ ତଥା ବଜାରକୁ ଆଣିବା ପାଇଁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(CDSCO)ରୁ ଅନୁମୋଦନ ଲାଭ କରିଛି ।

ଏହି ପ୍ରଡକ୍ଟ 'ପ୍ୟାକ୍ସଜେନ୍' ବ୍ରାଣ୍ଡ ନାମରେ ବିକ୍ରି ହେବ । COVID ଚିକିତ୍ସା ପାଇଁ US FDA ଦ୍ୱାରା Pfizerର Paxlovidକୁ ଅନୁମୋଦନ ମିଶିଛି । Paxlovidର ଗୋଟିଏ ବକ୍ସ ପିଛା ସର୍ବାଧିକ ରିଟେଲ ମୂଲ୍ୟରେ 5,200 ଟଙ୍କା ମୂଲ୍ୟରେ ବିକ୍ରି ହେବ, ଯାହା ପ୍ରତି ରୋଗୀଙ୍କ ପାଇଁ ଗୋଟିଏ ସମ୍ପୂର୍ଣ୍ଣ ଚିକିତ୍ସା ସହିତ 20 ଟି ଟାବଲେଟ୍ ନିରମେଟ୍ରେଲଭର୍ 150ml ଏବଂ ରିଟୋନାଭିର 100mg ର 10ଟି ଟାବଲେଟ୍ ରହିଛି ।

ଜେନାରା ଫାର୍ମାର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଜଗଦୀଶ ବାବୁ ରଙ୍ଗିସେଟ୍ଟୀ କହିଛନ୍ତି ଯେ, ‘‘ଆମ ଦେଶରେ ରୋଗୀଙ୍କ ନିକଟରେ COVID ବିରୋଧରେ ସର୍ବୋତ୍ତମ ଚିକିତ୍ସା ବିକଳ୍ପ ଆଣିବା ଉଦ୍ଦେଶ୍ୟରେ ଏହି ଉତ୍ପାଦକୁ ଭାରତରେ ଲଞ୍ଚ କରିଛୁ । ଆମର ଉତ୍ପାଦ Paxzen ବାୟୋ ସମାନତା ଅଧ୍ୟୟନ ମାଧ୍ୟମରେ Paxlovid ସହିତ ସମାନ ପ୍ରମାଣିତ, ଯାହା ଉପରେ ଆଧାର କରି ଆମେ ନିୟାମକ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଛୁ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.