ETV Bharat / sukhibhava

XBB Variant of Covid: ଡରାଇଲାଣି ଆଉ ଏକ ଭାରିଆଣ୍ଟ, ଜାଣନ୍ତୁ କେତେ ମାରାତ୍ମକ

author img

By

Published : Oct 20, 2022, 11:42 AM IST

Updated : Oct 20, 2022, 12:19 PM IST

ମହାରାଷ୍ଟ୍ରରେ ବୃଦ୍ଧି ପାଉଛି କୋଭିଡର ଆଉ ଏକ ନୂଆ ଭାରିଆଣ୍ଟ XBB(XBB variant of Covid) । ଜାଣନ୍ତୁ କେତେ ମାରାତ୍ମକ କୋଭିଡର ଏହି ନୂତନ ପ୍ରକାର । ଅଧିକ ପଢନ୍ତୁ

XBB Variant: ଡରାଇଲାଣି ଆଉ ଏକ ଭାରିଆଣ୍ଟ, ଜାଣନ୍ତୁ କେତେ ମାରାତ୍ମକ XBB
XBB Variant: ଡରାଇଲାଣି ଆଉ ଏକ ଭାରିଆଣ୍ଟ, ଜାଣନ୍ତୁ କେତେ ମାରାତ୍ମକ XBB

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲାଣି କୋଭିଡର ଆଉ ଏକ ନୂଆ ଭାରିଆଣ୍ଟ XBB । ମହାରାଷ୍ଟ୍ରରେ ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୂର୍ବ ସପ୍ତାହ ତୁଳନାରେ ଅକ୍ଟୋବର 10 ରୁ 16 ମଧ୍ୟରେ ରାଜ୍ୟରେ କୋଭିଡ-19 ମାମଲା ମଧ୍ୟ 17.7 ପ୍ରତିଶତ ବୃଦ୍ଧି ଘଟିଛି(XBB variant of Covid) । ସେପଟେ ପାର୍ବଣ ଋତୁ ଚାଲୁଥିବାରୁ ଚିନ୍ତା ଦ୍ବିଗୁଣିତ ହୋଇଛି । ତେବେ Covid-19 XBB, କେତେ ମାରାତ୍ମକ, ଏହାର ପ୍ରକାର ଏବଂ ଲକ୍ଷଣ ବାବଦରେ ଜାଣନ୍ତୁ ।

XXB ଭିନ୍ନ କ’ଣ(What Is XBB Variant) ?

ଅଗଷ୍ଟରେ ସିଙ୍ଗାପୁରରେ ପ୍ରଥମେ XBB ଚିହ୍ନଟ ହୋଇଥିଲା । ଏହା ଓମିକ୍ରନର BA.2.75 ଏବଂ BJ.1 ସବ୍-ଭାରିଆଣ୍ଟର ଏକ ହାଇବ୍ରିଡ୍ । ବର୍ତ୍ତମାନ ପୃଥିବୀର 17ଟି ଦେଶରେ XBB ଭାରିଆଣ୍ଟ ଚିହ୍ନଟ ହୋଇଛି । BA.2.75 ତୁଳନାରେ XBB ଭାରିଆଣ୍ଟରେ ଏକ "ଅଭିବୃଦ୍ଧି ସୁବିଧା"(growth advantage) ଏବଂ ପ୍ରତିରକ୍ଷା ଅବକ୍ଷୟ ଗୁଣ ଥିବା ବିଶ୍ବାସ କରାଯାଏ ।

ଏ* ଷ୍ଟାରର ବାୟୋ ଇନଫର୍ମାଟିକ୍ସ ଇନଷ୍ଟିଚ୍ୟୁଟ(A*Star’s Bioinformatics Institute)ର ନିର୍ଦ୍ଦେଶକ ଡ. ସେବାଷ୍ଟିଆନ୍ ମାଉର-ଷ୍ଟ୍ରୋହ କହିଛନ୍ତି ଯେ, ଭୂତାଣୁର ପରିବର୍ତ୍ତନ କାରଣରୁ ଏହି ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଛନ୍ତି । ଜିନୋମ ସିକ୍ୟୁଏନ୍ସିଂରେ ଜଡିତ ବୈଜ୍ଞାନିକମାନେ କହିଛନ୍ତି ଯେ, ଭାରତର ପ୍ରାୟ 88% ନୂତନ ସଂକ୍ରମଣ BA.2.75 କାରଣରୁ ହୋଇଥିବାବେଳେ XBB ରେ 7% ଚିହ୍ନଟ ହୋଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିଙ୍ଗାପୁରରେ, XBB ମାମଲା ବୃଦ୍ଧି ପାଉଥିବାବେଳେ ଦ୍ୱୀପ ଦେଶରେ ନୂତନ କୋଭିଡ୍ ମାମଲା ବୃଦ୍ଧି କାରଣରୁ ଏହା ହୋଇଥାଇପାରେ ବୋଲି ଆକଳନ କରାଯାଉଛି । ଥାଇଲ୍ୟାଣ୍ଡ, ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କଟକଣା ଲଗାଇଛି । ୟୁରୋପର ଅଧିକାରୀମାନେ ମଧ୍ୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ଏହା ବିପଦପୂର୍ଣ୍ଣ କି(Is XBB Dangerous) ?

ଶରୀରର ପ୍ରତିରକ୍ଷା ପ୍ରଣାଳୀ XBB କୁ ଚିହ୍ନଟ କରିବା ପାଇଁ ସମୟ ନେଇଥାଏ । ଏହା ରୋଗ ପ୍ରତିରୋଧକ କୋଷକୁ କୌଶଳ କ୍ରମେ ସଂକ୍ରମଣ କରିଥାଏ ଏବଂ ସଂକ୍ରମଣ ପାଇଁ ଆମ ଶରୀର କୋଷକୁ ସହଜରେ ପ୍ରବେଶ କରିପାରେ । କେତେକ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ, XXB ହେଉଛି କୋଭିଡ୍‌ର ସବୁଠାରୁ ସଂକ୍ରାମକ ପ୍ରକାର । ଅର୍ଥାତ୍ ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇପାରେ ।

ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଏହା ସମ୍ଭବତଃ ଅତ୍ୟଧିକ ପ୍ରତିରୋଧକ ଏବଂ ବର୍ତ୍ତମାନର ମୋନୋକ୍ଲୋନାଲ ଆଣ୍ଟିବଡି ଆଧାରିତ(monoclonal antibody-based) ଚିକିତ୍ସା ତଥା ପ୍ରତିରୋଧ କୌଶଳ(strategy) ପାଇଁ ସମସ୍ୟା ସୃଷ୍ଟି କରିପାରେ । କେତେକ ଅନୁସନ୍ଧାନକାରୀ ଯୁକ୍ତି କରନ୍ତି ଯେ, କୋଭିଡ୍ ଟିକା ଲୋକମାନଙ୍କୁ ଏହି ପ୍ରକାରରୁ ରକ୍ଷା କରିବାରେ ସମର୍ଥ ହେବ ନାହିଁ । ଆହୁରି ମଧ୍ୟ ସୂଚନା ରହିଛି ଯେ, XBB ପୁନଃ ସଂକ୍ରମଣରେ ବୃଦ୍ଧି ଘଟାଇପାରେ ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି ଯେ, ପାର୍ବଣ ଋତୁ ଶେଷ ହେବା ପରେ ନଭେମ୍ବର ମଧ୍ୟଭାଗରେ XBB ପ୍ରକାର ଶିଖରରେ ପହଞ୍ଚିବ । ସରକାର ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ମୁମ୍ବାଇ, ଥାନେ ଏବଂ ରାଇଗଡ ଭଳି ଜନବହୁଳ ଅଞ୍ଚଳରେ ସମ୍ପ୍ରତି XBB ଲକ୍ଷଣ ଚିହ୍ନଟ କରାଯାଇଛି ।

ତେବେ ନୂତନ ସଂକ୍ରମଣର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ନୂତନ ନିର୍ଦ୍ଦେଶନାମା ଜାରି କରି ଲୋକଙ୍କୁ ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି...

  • ଫ୍ଲୁ ବା ଥଣ୍ଡା ଭଳି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ ।
  • ଥଣ୍ଡା ହେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ ।
  • ସର୍ବସାଧାରଣ ସ୍ଥାନରେ କୋଭିଡ୍-ଉପଯୁକ୍ତ ଆଚରଣ ଉପରେ ଧ୍ୟାନ ଦିଅନ୍ତୁ, ଅର୍ଥାତ୍ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଆଦୌ ଭୁଲନ୍ତୁ ନାହିଁ ।
  • ଟୀକାକରଣ କରାଇ ନିଅନ୍ତୁ ।
  • ସାର୍ବଜନୀନ ସ୍ଥାନ ଗୁଡିକ ପରିଦର୍ଶନ କରିବା ସମୟରେ ଅତିରିକ୍ତ ସାବଧାନତା ଅବଲମ୍ବନ କରନ୍ତୁ ।
  • ସ୍ୱାଇନ୍ ଫ୍ଲୁ ଭଳି ରୋଗରେ ପୀଡିତ ବ୍ୟକ୍ତିମାନେ ଯଥାସମ୍ଭବ ସାମାଜିକ ଦୂରତା ମାନିବା ଉଚିତ୍ ।
Last Updated : Oct 20, 2022, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.