ETV Bharat / sukhibhava

World Mental Health Day: ମାନସିକ ସ୍ବାସ୍ଥ୍ୟ ନେଇ ସଚେତନ ରହିଲେ ସୁସ୍ଥ ରହିବ ଶରୀର

author img

By ETV Bharat Odisha Team

Published : Oct 10, 2023, 10:15 AM IST

ପ୍ରତିବର୍ଷ ଅକ୍ଟୋବର ମାସ 10 ତାରିଖରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ । ତେବେ ଜାଣନ୍ତୁ ଦିବସ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ

World Mental Health Day
World Mental Health Day

ହାଇଦ୍ରାବାଦ: ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ । ପ୍ରତିବର୍ଷ ଅକ୍ଟୋବର ମାସ 10 ତାରିଖକୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ହିସାବରେ ପାଳନ କରାଯାଇଛି । ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ମାନସିକ ରୋଗ ବିଷୟରେ ସୂଚନା ପ୍ରଦାନ କରିବା ଏହି ଦିବସ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ ।

ମାନସିକ ସ୍ବାସ୍ଥ୍ୟର ସଠିକ୍ ଯତ୍ନ ଜଣେ ବ୍ୟକ୍ତିଙ୍କୁ ସୁଖୀ ଏବଂ ସମୃଦ୍ଧ ଜୀବନଯାପନ କରିବାରେ ସାହାଯ୍ୟ କରେ । ଚାପ ଏକ ପ୍ରକାର ମାନସିକ ସ୍ବାସ୍ଥ୍ୟ ବ୍ୟାଧି ହୋଇଥିବା ବେଳେ ଏହାର ବିପଦ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯୁବକ କିମ୍ବା ବୃଦ୍ଧ ସମସ୍ତ ବୟସର ଲୋକଙ୍କଠାରେ ଏହି ବିକୃତିର ମାମଲା ରିପୋର୍ଟ କରାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସମସ୍ତ ବ୍ୟକ୍ତି ଶାରୀରିକ ସ୍ୱାସ୍ଥ୍ୟ ପରି ସେମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ ଅଟେ । ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉଭୟ ପରସ୍ପର ଉପରେ ନିର୍ଭରଶୀଳ । ଉଦାହରଣ ସ୍ବରୂପ ଯଦି ଆପଣ ଚାପ-ଚିନ୍ତା ପରି ମାନସିକ ସମସ୍ୟାର ଶିକାର ହୁଅନ୍ତି କେବେ ଏହାର ପ୍ରଭାବ ଶାରୀରିକ ସ୍ବାସ୍ଥ୍ୟ ଉପରେ ପଡିଥାଏ । ଏପରି ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

କେବେ ପାଳନ ହୁଏ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ: ପ୍ରତିବର୍ଷ ଅକ୍ଟୋବର 10ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ପ୍ରଥମେ 1992 ମସିହାରେ ଏହି ଦିବସ ପାଳନ କରାଯାଇଥିଲା । ଯାହା ମାନସିକ ସ୍ବାସ୍ଥ୍ୟ ପ୍ରଚାରକୁ ପ୍ରୋତ୍ସାହିତ କରିବା ସହ ଜନସାଧାରଣଙ୍କୁ ସମ୍ପୃକ୍ତ ପ୍ରସଙ୍ଗରେ ଶିକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିଲା । ଏହା ପରେ ଏହି ଅଭିଯାନର ଲୋକପ୍ରିୟତା ଦେଖି 1994ରେ ପ୍ରଥମ ଥର ପାଇଁ ଏହି ଦିନ ପାଇଁ ଏକ ଥିମ୍ ରଖାଯାଇଥିଲା “ସମଗ୍ର ବିଶ୍ବରେ ମାନସିକ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା'' । ଏହାପରେ ଧିରେ ଧିରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ଏହା ପରେ ମିଳିତ ଜାତିସଂଘ ଦ୍ୱାରା ପ୍ରତିବର୍ଷ ଏକ ନୂତନ ଥିମ୍ ସହିତ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସର ଥିମ: ପ୍ରତିବର୍ଷ ଏକ ଥିମକୁ ନେଇ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ । ଏହି ଥିମ ଉପରେ ଅନେକ କାର୍ଯ୍ୟକ୍ରମ ଏବଂ ସେମିନାର ଆୟୋଜିତ କରାଯାଇଥାଏ । ୱାର୍ଲ୍ଡ ଫେଡେରେସନ୍ ଫର ମେଣ୍ଟାଲ ହେଲ୍‌ଥର ଆହ୍ବାନ କ୍ରମେ ବର୍ଷସାରା ଏକ ଥିମକୁ ନେଇ କାର୍ଯ୍ୟ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି "ମାନସିକ ସ୍ୱାସ୍ଥ୍ୟ ଏକ ସର୍ବଭାରତୀୟ ମାନବ ଅଧିକାର"(Mental Health is a Universal Human Right)।

ଏହା ମଧ୍ୟ ପଢନ୍ତୁ: Mental Health: ମନକୁ ଖୁସି କରିବାକୁ ଚାହୁଁଛନ୍ତି କି ? ଦୈନିକ କାର୍ଯ୍ୟରେ ସାମିଲ କରନ୍ତୁ ଏହି ଆକ୍ଟିଭିଟି

କ'ଣ ପାଇଁ ପାଳନ କରାଯାଏ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ: କୋଭିଡ ମହାମାରୀ ପରେ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ଅଧିକ ପ୍ରଭାବ ଦେଖାଯାଉଥିଲା । ଚାପ, ଚିନ୍ତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଲୋକମାନେ ମାନସିକ ରୋଗର ଶିକାର ହେଉଛନ୍ତି । ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହିତ ଜଣେ ବ୍ୟକ୍ତିକୁ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ମନରେ ଚିନ୍ତାଧାରା ସୃଷ୍ଟି କରିଥାଏ । ତେବେ ମାନସିକ ବିକୃତି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ । କେତେକ ଦେଶରେ ମାନସିକ ରୋଗର କ୍ଷତି ଏହଂ ବର୍ତ୍ତିବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.