ETV Bharat / sukhibhava

Menstrual Cramps: ଋତୁସ୍ରାବ ସମୟରେ ପେଟବ୍ୟଥା ହେଉଛି କି ? କରନ୍ତୁ ଏହି ବ୍ୟାୟାମ

author img

By

Published : Aug 14, 2023, 4:56 PM IST

ଆଜିକା ସମୟରେ ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣା ଏକ ସାଧାରଣ ବିଷୟ ହୋଇଯାଇଛି । ହରମୋନ ଅସନ୍ତୁଳନତା ଯୋଗୁଁ ଏହି ଯନ୍ତ୍ରଣା ହୋଇଥାଏ । ତେବେ ଏହି ବ୍ୟାୟାମ ଦ୍ବାରା ପାଇପାରିବେ ମୁକ୍ତି । ଅଧିକ ପଢନ୍ତୁ

Menstrual Cramps
Menstrual Cramps

ହାଇଦ୍ରାବାଦ: ଋତୁସ୍ରାବ ହିସାବରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ନିର୍ଦ୍ଦାରିତ ହୋଇଥାଏ । ଋତୁସ୍ରାବ ସମୟରେ ଯୁବତୀମାନଙ୍କର ପେଟ ଯନ୍ତ୍ରଣା ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ କିଛି ଜଣ ଔଷଧ ଖାଇଥାଆନ୍ତି । ଯାହାକି ଶରୀର ଉପରେ କୁପ୍ରଭାବ ପକାଇଥାଏ । କେତେକ କ୍ଷେତ୍ରରେ ପେଟରେ ଘା ଏବଂ ହଜମ ପ୍ରକ୍ରିୟାରେ ଅସୁବିଧା ହୋଇପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଆକ୍ବାଟିକ୍‌ ଥେରାପି ଦ୍ବାରା ଏହି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ଏହାଦ୍ବାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇନଥାଏ ବୋଲି କୁହାଯାଇଛି । ଆକ୍ବାଥେରାପି ହେଉଛି ଗରମ ପାଣିରେ ଏକ ପ୍ରକାରର ବ୍ୟାୟାମ । ଯାହାଦ୍ବାରା ସ୍ନାୟୁ ଏବଂ ମାଂସପେଶୀ ଶକ୍ତ ହୋଇଥାଏ ।

ଋତୁସ୍ରାବ ସମୟରେ ଅନେକ ପ୍ରକାରର ହରମୋନ କ୍ଷରିତ ହୋଇଥାଏ । ଏଗୁଡି଼କ ଗର୍ଭାଶୟ ମାଂସପେଶୀ ଉପରେ ପ୍ରଭାବ ପକାଇଥାଏ । ଏହାଦ୍ବାରା ଗର୍ଭାଶୟରେ ରକ୍ତ ପ୍ରବାହ ମନ୍ଥର ହୋଇଯାଏ ଏବଂ ଋତୁସ୍ରାବ ସମୟରେ ତଳ ପେଟରେ ଯନ୍ତ୍ରଣା ହୋଇଥାଏ । ତେବେ ଏଥରୁ ମୁକ୍ତି ପାଇବା ପାଇଁ ଔଷଧ ପରିବର୍ତ୍ତେ ଡାକ୍ତରମାନେ ଔଷଧ ଉପରେ ଅଧିକ ଗୁରୁତ୍ବ ଦେଇଥାଆନ୍ତି । ଏଭଳି ଏକ ଚିକିତ୍ସା ପଦ୍ଧତି ହେଉଛି ଆକ୍ବାଟିକ୍‌ ଥେରାପି । ଗରମ ପାଣିରେ ପରିପୂର୍ଣ୍ଣ ସ୍ବିମିଂପୁଲ୍‌ରେ ଯୋଗ, ଏରୋବିକ୍ସ, ପିଲାଟିସ କରବାକୁ ଆକ୍ବାଟିକ୍‌ ଥେରାପି କୁହାଯାଏ । ଏହି ବ୍ୟାୟାମଗୁଡ଼ିକ ଶରୀରରେ ଏଣ୍ଡୋରଫିନ୍ସ ରିଲିଜ କରିଥାଏ । ଏହାସହ ପେଲ୍‌ଭିକ୍ ଗାର୍ଡଲ୍ ମାଂସପେଶୀରେ ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ । ଫଳସ୍ୱରୂପ, ଋତୁସ୍ରାବରୁ ମୁକ୍ତି ମିଳିଥାଏ ଏବଂ ପେଲଭିକ୍ ଗାର୍ଡଲ୍ ମାଂସପେଶୀ ଦୃଢ଼ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଋତୁସ୍ରାବ ସମୟରେ ପେଟବ୍ୟଥା ହେଉଛି କି? କିଭଳି ଶୋଇଲେ କମିବ ଯନ୍ତ୍ରଣା ? ଜାଣନ୍ତୁ

ଏହି ସବୁ ଫାଇଦା ହୋଇଥାଏ: ବୈଜ୍ଞାନିକଙ୍କ କହିବା ଅନୁସାରେ, ଉଷୁମ ପାଣିରେ ବ୍ୟାୟାମ କରିବା ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଠିକ ରହିଥାଏ ।

ଗରମ ପାଣିରେ ବ୍ୟାୟାମ କରିବା ଦ୍ୱାରା ପେଲଭିକ୍ ଗାର୍ଡଲ୍, ପେଟ ଏବଂ ଜଙ୍ଘ ପରି ଅଂଶରେ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ । ଫଳସ୍ୱରୂପ ସେହି ଅଂଶଗୁଡ଼ିକର ମାଂସପେଶୀକୁ ଆରାମ ମିଳିଥାଏ । ଏହାଦ୍ବାରା କ୍ଷରିତ ହରୋମାନ ଯାହା ଗର୍ଭାଶୟ ମାଂସପେଶୀ ଉପରେ ପ୍ରଭାବ ପକାଇଥାଏ । ଫଳସ୍ୱରୂପ, ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ଏହି ବ୍ୟାୟାମ ଦ୍ବାରା ଗୋଡ ଏବଂ ବାହୁକୁ ପୁଷ୍କରିଣୀରେ ମୁଭିଂ କରିବାକୁ ପଡିଥାଏ। ଅର୍ଥାତ ବାହୁ ଏବଂ ଗୋଡ ଉପରେ ଅଧିକ ପ୍ରଭାବ ପଡିଥାଏ। ଏହା ଦ୍ବାରା ଯନ୍ତ୍ରଣା ମଧ୍ୟ ହ୍ରାସ ପାଇଥାଏ।

ଜଳ ବ୍ୟାୟାମ ହେତୁ ଯନ୍ତ୍ରଣା ହେଉଥିବା ମାଂସପେଶୀ ଜଳ ସହିତ ଘର୍ଷଣର ସମ୍ମୁଖୀନ ହୁଏ । ଫଳସ୍ୱରୂପ, ଯନ୍ତ୍ରଣାରୁ ମୁକ୍ତି ସହିତ ସମ୍ପୃକ୍ତ ମାଂସପେଶୀ ଅଧିକ ଶକ୍ତିଶାଳୀ ହୋଇଥାଏ ।

ଋତୁସ୍ରାବ ସମୟରେ କେବଳ ଶାରୀରିକ ସ୍ବାସ୍ଥ୍ୟ ଉପରେ ନୁହେଁ ବରଂ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ମୁଡ୍‌ ସୁଇଂ, ଚିନ୍ତା, ଚାପ ଏବଂ ବିରକ୍ତି ଲାଗିଥାଏ । ଆକ୍ବାଟିକ୍‌ ଥେରାପି ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ସପ୍ତାହକୁ 3ଥର ପ୍ରତିଦିନ 1 ଘଣ୍ଟା ଏହି ବ୍ୟାୟାମ କରିବା ଦ୍ବାରା ଋତୁସ୍ରାବର ଯନ୍ତ୍ରଣା କମ୍‌ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ଘରେ ମଧ୍ୟ ଏକ ଛୋଟ ପୋଖରୀ କରି ବି ଏହି ବ୍ୟାୟାମ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.