ETV Bharat / sukhibhava

ଋତୁସ୍ରାବ ସମୟରେ ପେଟବ୍ୟଥା ହେଉଛି କି? କିଭଳି ଶୋଇଲେ କମିବ ଯନ୍ତ୍ରଣା ? ଜାଣନ୍ତୁ

author img

By

Published : Jun 9, 2023, 4:19 PM IST

Updated : Jun 9, 2023, 4:40 PM IST

ଋତୁସ୍ରାବ ସମୟରେ ପେଟବ୍ୟଥା ହେଉଛି କି ? ଜାଣନ୍ତୁ କଣ ଏହାର କାରଣ ଏବଂ ନିରାକରଣ । ଅଧିକ ପଢ଼ନ୍ତୁ

menstrual cramps
menstrual cramps

ହାଇଦ୍ରାବାଦ: ଋତୁସ୍ରାବ ମହିଳାମାନଙ୍କର ପ୍ରଜନନ ସ୍ବାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜଣେ ମହିଳାଙ୍କ ଋତୁସ୍ରାବ ଅନୁସାରେ, ସ୍ବାସ୍ଥ୍ଯ ଠିକ ଅଛିକି ନାହିଁ ଜଣାପଡିଥାଏ । କିନ୍ତୁ ଋତୁସ୍ରାବ ହେବାର 5ଦିନ କିଛି ମହିଳାଙ୍କ ପାଇଁ କଷ୍ଟଦାୟକ ହୋଇଥାଏ । ବିଶେଷକରି ଯୁବତୀମାନଙ୍କର ପେଟରେ ଯନ୍ତ୍ରଣା ହୋଇଥାଏ । ଫଳରେ କିଛି ଜଣ ଔଷଧ ଖାଇଥାଆନ୍ତି । ଯାହାଦ୍ବାରା ଶରୀର ଉପରେ ପାର୍ଶ୍ବ ପ୍ରତିକ୍ରିୟା ରହିଥାଏ । ତେବେ ଏହି ସମୟରେ ଠିକ୍‌ ଭାବେ ଶୋଇବା ମଧ୍ୟ ଏକ ପ୍ରକାର ଗୁରୁତ୍ବପୂର୍ଣ୍ଣ ଅଟେ । ତେବେ ଜାଣନ୍ତୁ କଣ ଉପାୟ ଆପଣାଇବା ଦ୍ବାରା ପେଟବ୍ୟଥା ଶୀଘ୍ର ଦୂର ହୋଇଥାଏ ।

ଋତୁସ୍ରାବ ସମୟରେ ଯନ୍ତ୍ରଣାକୁ ଡିସ୍‌ମେନୋରିଆ (Dysmenorrhea) ବୋଲି କୁହାଯାଏ । ତେବେ ଏଥିଲାଗି ପ୍ରୋଷ୍ଟାଗ୍ଲାଣ୍ଡିନ ହରମୋନ ଦାୟୀ ରହିଥାଏ । ଋତୁସ୍ରାବ ସମୟରେ ୟୁଟେରାଇନ ୱାଲ ସଙ୍କୁଚିତ ହୋଇଯାଏ । ଫଳରେ ୟୁଟେରସକୁ ରକ୍ତ ସଞ୍ଚାଳନରେ ମଧ୍ୟ ବାଧା ଉପୁଜିଥାଏ । ଠିକ ଏହି ସମୟରେ ପ୍ରୋଷ୍ଟାଗ୍ଲାଣ୍ଡିନ ହରମୋନ କ୍ଷରଣ ହୋଇଥାଏ । ଯାହା ଫଳରେ ମହିଳା ଯନ୍ତ୍ରଣା ଅନୁଭବ କରନ୍ତି । ଡିସମେନୋରିଆର ସାଧାରଣ ଲକ୍ଷଣ ହେଉଛି ବାରମ୍ବାର ଝାଡ଼ା ଲାଗିବା, ବାନ୍ତି, ମୁଣ୍ଡ ବିନ୍ଧିବା, ଯନ୍ତ୍ରଣା, କ୍ରାମ୍ପ, ଭୋକ ନ ଲାଗିବା, ଚେତାଶୂନ୍ୟ ହରାଇବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ ।

ସର୍ବଦା ବାମ କଡକୁ ଢଳି ଶୁଅନ୍ତୁ: ଯଦି ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ବାମ କଡକୁ ଢଳି ଶୋଇବା ଉଚିତ । ଏହା ତୁରନ୍ତ ଆରାମ ଦେଇଥାଏ । ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ସୁଷମା ତୋମରଙ୍କ କହିବା ଅନୁସାରେ, ଋତୁସ୍ରାବ ସମୟରେ ବାମ ପାର୍ଶ୍ବକୁ ଢଳେଇ ହୋଇ ଶୋଇବା ଦ୍ୱାରା ଗର୍ଭାଶୟରେ ରକ୍ତ ପ୍ରବାହ ବୃଦ୍ଧି ପାଇବା ସହ ଶୀଘ୍ର ହୋଇଥାଏ । ଫଳରେ ପେଟ କାଟିବା ଶୀଘ୍ର କମିଯାଇଥାଏ । ବାମ ପାର୍ଶ୍ୱରେ ଶୋଇବା ମଧ୍ୟ ଯକୃତ ଉପରେ ଚାପ ପଡ଼େ ନାହିଁ।

ଆଣ୍ଠୁ ତଳେ ତକିଆ ରଖି ଶୁଅନ୍ତୁ: ଋତୁସ୍ରାବ ସମୟରେ ତଳ ପେଟରେ ଯନ୍ତ୍ରଣା ଅଧିକ ହୋଇଥାଏ। ଏପରି ପରିସ୍ଥିତିରେ ଆଣ୍ଠୁ ତଳେ ତକିଆ ସହିତ ଶୋଇବା ଦ୍ୱାରା ଅନେକ ଆରାମ ମିଳିଥାଏ। ଏହା ପେଟରେ ଥିବା ଚାପକୁ ହ୍ରାସ କରିଥାଏ। ଯେଉଁଥି ପାଇଁ ଶୀଘ୍ର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଋତୁସ୍ରାବ ଏକ ସାଧାରଣ ଅବସ୍ଥା । ତଥାପି ଯଦି କୌଣସି ପ୍ରକାରର ସମସ୍ୟା ହୁଏ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ । ବିଶେଷକରି ଯଦି ଏହି ସମସ୍ୟା ଋତୁସ୍ରାବ କିମ୍ବା ପ୍ରଜନନ ଅଙ୍ଗ ସହିତ ଜଡିତ ହୁଏ, ତେବେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହିତ ତୁରନ୍ତ ଯୋଗାଯୋଗ କରିବା ଉଚିତ୍ । ଠିକ୍ ସମୟରେ ଚିକିତ୍ସା କରାନଗଲେ ବେଳେବେଳେ ସମସ୍ୟା ଗୁରୁତର ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2023, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.