ETV Bharat / sukhibhava

ଲୁଣ ପ୍ରତି ଆକୃଷ୍ଟ ଜନ ସାଧାରଣ, ଉଦ୍‌ବେଗ ପ୍ରକାଶ କଲା WHO

author img

By

Published : Mar 10, 2023, 3:42 PM IST

ଲୁଣ ସେବନର ମାତ୍ରା ବୃଦ୍ଧି ପାଉଥିବାରୁ ସତର୍କ କରାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଲୋକଙ୍କୁ ସଚେତନ କରିବା ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଦେଶମାନଙ୍କୁ ଦେଲା ଆହ୍ବାନ । ଅଧିକ ପଢନ୍ତୁ

WHO
WHO

ନୂଆଦିଲ୍ଲୀ: ଲୁଣ ବିନା ଖାଦ୍ୟର ସ୍ବାଦ କିଛି ନାହିଁ । ହେଲେ ଅତ୍ୟଧିକ ଲୁଣ ସ୍ବାଦ ସହ ସ୍ବାସ୍ଥ୍ୟକୁ ନଷ୍ଟ କରିଥାଏ । ଲବଣ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀ ଲୁଣ ଖାଇବାକୁ ବାରଣ କରୁଥିଲେ । ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଲୁଣ ସେବନର ମାତ୍ରାକୁ ହ୍ରାସ କରିବାକୁ ଦେଶମାନଙ୍କୁ ଆହ୍ବାନ ଦେଇଛି । ଏଥିପାଇଁ ସଚେତନତା ମୂଳକ କାର୍ଯ୍ୟ ଆରମ୍ଭ କରନ୍ତୁ, ଯାହା ଦ୍ବାରା ହୃଦଘାତ, ଷ୍ଟ୍ରୋକ୍ ଏବଂ କର୍କଟ ରୋଗ ଭଳି ବିପଦକୁ ହ୍ରାସ କରାଯାଇ ପାରିବ ବୋଲି WHO କହିଛି ।

salt
salt

WHO କହିଛି ଯେ, ସୋଡିୟମ୍ ଗ୍ରହଣ ହ୍ରାସ ପାଇଁ ଯେଉଁ ଲକ୍ଷ୍ୟ ରଖା ଯାଇଥିଲା ତାହା ବିଫଳ ହୋଇଛି । 2025 ସୁଦ୍ଧା ସୋଡିୟମ୍ ଗ୍ରହଣକୁ 30% ହ୍ରାସ କରିବାର ଲକ୍ଷ୍ୟ ପୂରଣ ହୋଇପାରି ନାହିଁ । WHO ରିପୋର୍ଟରେ ଦର୍ଶାଯାଇଛି ଯେ, କେବଳ 5 ପ୍ରତିଶତ ଦେଶ ବାଧ୍ୟତାମୂଳକ ତଥା ବ୍ୟାପକ ସୋଡିୟମ୍ ହ୍ରାସ ନୀତି ଦ୍ୱାରା ସୁରକ୍ଷିତ ଥିବାବେଳେ ଭାରତ ସମେତ 73 ପ୍ରତିଶତ ଦେଶରେ ଏହି ନୀତିର ସମ୍ପୂର୍ଣ୍ଣ ଅଭାବ ରହିଛି ।

salt
salt

ଏହା ମଧ୍ୟ ପଢନ୍ତୁ:- ଅତ୍ୟଧିକ ଲୁଣ ଖାଉଥିଲେ ସାବଧାନ ! ବୃଦ୍ଧି ପାଇପାରେ ମାନସିକ ଚାପ

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ସୋଡିୟମ୍ ହ୍ରାସ ନୀତିକୁ ଗୁରୁତର ସହ ନେଇ ସଚେତନତା ମୂଳକ କାର୍ଯ୍ୟ କରାଯାଇ ପାରିଲେ 2030 ସୁଦ୍ଧା ବିଶ୍ୱରେ ଆନୁମାନିକ ସାତ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ । ବରିଷ୍ଠ ଶିଶୁ ଚିକିତ୍ସକ ତଥା NAPI(ନ୍ୟୁଟ୍ରିସନ୍ ଆଡଭୋକେସି ଇନ୍ ପବ୍ଲିକ୍ ଇଣ୍ଟେରେଷ୍ଟ) ଡ. ଅରୁଣ ଗୁପ୍ତା କହିଛନ୍ତି ଯେ, ପ୍ରତ୍ୟେକ ଦେଶ ସୋଡିୟମ୍ ଗ୍ରହଣକୁ ହ୍ରାସ କରିବା ଉଚିତ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇନସୁଲିନ୍ ପ୍ରତିରୋଧ ପାଇଁ ଦାୟୀ ଚିନି ଏବଂ କାର୍ବୋହାଇଡ୍ରେଟ୍ ଗ୍ରହଣକୁ ହ୍ରାସ କରିବା ।

salt
salt

ସୋଡିୟମ୍ ଏକ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ, କିନ୍ତୁ ଅଧିକ ଲୁଣ ଖାଇବା ଦ୍ବାରା ଖାଦ୍ୟ ଏବଂ ପୁଷ୍ଟିକର ଗୁଣ ହ୍ରାସ ପାଇଥାଏ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଖାଦ୍ୟରେ ଅଧିକ ଲୁଣ ଖାଇବା ଦ୍ୱାରା ଅକାଳ ମୃତ୍ୟୁ ହେବାର ଆଶଙ୍କା ବଢିପାରେ । ଅଧିକ ସୋଡିୟମ୍ ଗ୍ରହଣର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅବସ୍ଥା ଯେପରିକି ଗ୍ୟାଷ୍ଟ୍ରିକ୍ କର୍କଟ, ମେଦବହୁଳତା, ଅଷ୍ଟିଓପୋରୋସିସ୍ ଏବଂ କିଡନୀ ରୋଗର କାରଣ ମଧ୍ୟ ହୋଇଥାଏ ।

WHO ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଏକ ବିବୃତ୍ତିରେ କହିଛନ୍ତି ଯେ, ଅସ୍ୱାସ୍ଥ୍ୟକର ଖାଦ୍ୟ ବିଶ୍ୱବ୍ୟାପୀ ମୃତ୍ୟୁ ଏବଂ ରୋଗର ଏକ ପ୍ରମୁଖ କାରଣ । ଏଥିପାଇଁ ଅତ୍ୟଧିକ ସୋଡିୟମ୍ ଗ୍ରହଣ ମୁଖ୍ୟତଃ ଭାବେ ଦାୟୀ । ତେଣୁ ସୋଡିୟମ୍ ସେବନର ମାତ୍ରାକୁ ସୀମିତ କରିବାକୁ ପଡିବ । ନଚେତ୍ ଏହି କାରଣରୁ ପୃଥିବୀର ଲକ୍ଷଲକ୍ଷ ଲୋକଙ୍କ ଅକାଳରେ ଜୀବନ ଯାଇପାରେ । ସତର୍କତା ଅବଲମ୍ବନ କରିବା ଫଳରେ ଯେକୌଣସି ବିପଦକୁ ଦୂର କରାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.